fbpx

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଲା ବିଜେଡି ଆଉ ବିଜେପି;ନବୀନଙ୍କୁ ଚେକ ଦେବା ପାଇଁ ପ୍ରଚାର କରିବେ ତୋମାର!

ଭୁବନେଶ୍ୱର: ଆଗକୁ ଅଛି ପଦ୍ମପୁର ଉପନିର୍ବାଚନ। ନାମାଙ୍କନ ପ୍ରକିୟା ସରିବା ପରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର ।ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଛନ୍ତି।

ବିଜେଡି ଷ୍ଟାର କ୍ୟାମ୍ପେନର ତାଲିକାରେ ୧୦ ମନ୍ତ୍ରୀଙ୍କ ସମେତ ୩ ଜଣ ଅଭିନେତା କୁ ମିଶାଇ ମୋଟ ୪୦ ଜଣଙ୍କ ନାମ ଘୋଷଣା କରାଯାଇଛି । ତାଲିକାର ଶୀର୍ଷରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନାମ ରହିଛି । ଏହାବ୍ୟତୀତ ପ୍ରଣବ ବଳବନ୍ତରାୟ ଏବଂ ପ୍ରମିଳା ମଲ୍ଲିକଙ୍କ ନାମ ବାଦ ପଡିଛି । ଧାମନଗରେ ବିଜେଡି ଏହି ଦୁଇ ନେତାଙ୍କୁ ଗୁରୁ ଦାୟିତ୍ୱ ଦେଇଥିଲେ ହେଁ କିଛି ସୁଫଳ ମିଳି ନଥିଲା । ଯାହର ଫଳ ସ୍ୱରୁପ ତାଙ୍କୁ ଚଳିତ ଉପ ନିର୍ବାଚନରେ ବାଦ ରଖାଯାଇଛି । ଏହାସହିତ ବାଦ ପଡିଥିବା ମନ୍ତ୍ରୀଙ୍କ ନାମ ଏଥର ଯୋଡା ଯାଇଛି, କ୍ୟାପଟେନ ଦିବ୍ୟଶଙ୍କରଙ୍କୁ ଦାୟିତ୍ୱ ମିଳିଛି ।

ସେପଟେ ବିଜେପି ପକ୍ଷରୁ ୪୦ ଜଣଙ୍କ ନାମ ଘୋଷଣା କରାଯାଇଛି । ପ୍ରଥମ ଥର କରି ଧାମନଗର ଉପନିର୍ବାଚନରେ ବିଜୟ ହୋଇଥିବା ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ପ୍ରଚାର କରିବେ । ଏହାସହିତ ୪ କେନ୍ଦ୍ର ମନ୍ତ୍ରୀ ଯଥା ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱେଶର ଟୁଡୁ, ଅର୍ଜ୍ଜୁନ ମୁଣ୍ଡା,ଅଶ୍ୱିନୀ ବୈଷ୍ଣବ ପ୍ରଚାର କରିବେ । ଏହାସହ ଜୟନାରାୟଣ ମିଶ୍ର,ବୈଜୟନ୍ତ ପଣ୍ଡା, ସମୀର ମହାନ୍ତି, କ୍ଷେତ୍ରୀୟ ପ୍ରଭାରୀ ସୁନୀଲ ବଂଶଲ ଆଉ ଉପ ପ୍ରଭାରୀ ଡି ପୁରନ୍ଦେଶ୍ୱରୀ, ଅପରାଜିତା ଷଢ଼ଙ୍ଗର , ସଙ୍ଗୀତା ସିଂ ଦେଓଙ୍କ ନାମ ମଧ୍ୟ ସାମିଲ ରହିଛି । ଯାହା ବର୍ତ୍ତମାନ ବଡ ସୂଚନା ମିଳୁଛି କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମର ମଧ୍ୟ ପ୍ରଚାର କରି ପାରନ୍ତି । ବିଜେପି ନେତା ପ୍ରସାଦ ହରିଚନ୍ଦନ ଏନେଇ ଇଙ୍ଗିତ କରିଛନ୍ତି । ସେ କହିଛନ୍ତି ଦଳ ଏହି ବିଷୟରେ ଯୋଜନା କରୁଛି ।

କହିବାକୁ ଗଲେ ପଦ୍ମପୁରରେ ମୁଖ୍ୟ ସମସ୍ୟା ହେଉଛି ଚାଷ । ଏଠାକାର ଚାଷୀ ମାନେ ଏମସପି,ମଣ୍ଡି ସମସ୍ୟା, ଇନପୁଟ ସହାୟତା ସମସ୍ୟା, ଚାଷୀ ବିମା ସହୟତା ଆଦି ଅନେକ ସମସ୍ୟାକୁ ନେଇ ଆନ୍ଦୋଳନ ରତ ଥିବା ବେଳେ ଏହାକୁ ସମାଧାନ କରି ପଦ୍ମପୁରବାସୀଙ୍କୁ ବୁଝାଇବା ପାଇଁ ସବୁ ଦଳ ତାର ପ୍ରଚେଷ୍ଟା କରିବ ।

Get real time updates directly on you device, subscribe now.