fbpx

କୌଣସି କାମରେ ଲାଗି ପାରିବ ନାହିଁ ଏହି ଲୋକ ମାନଙ୍କ ପ୍ୟାନ କାର୍ଡ, ଇନକମ ଟ୍ୟାକ୍ସ ବିଭାଗ ଦେଲା ଚେତାବନୀ

ନୂଆଦିଲ୍ଲୀ: ପ୍ୟାନ କାର୍ଡକୁ ଆଧାରକାର୍ଡରେ ଲିଙ୍କ କରିବା ପାଇଁ ସରକାର ବହୁତ ଗୁଡିଏ ତାରିଖ ଆଗକୁ ବଢାଇଛନ୍ତି । ହେଲେ ଏଥର ଇନକମ ଟ୍ୟାକ୍ସ ବିଭାଗ ଡେଡ ଲାଇନକୁ ବଢାଇବା ପାଇଁ ରାଜି ନାହିଁ । ସେଥିପାଇଁ ସେ ବାରମ୍ବାର ଲୋକ ମାନଙ୍କୁ କହିଆସୁଛି ପ୍ୟାନକୁ ଆଧାର ସହ ଲିଙ୍କ କର । ସିବିଡିଟି ଜୁନ ୩୦ତାରିଖ ପରଠାରୁ ପ୍ୟାନ ସହ ଆଧାର ଲିଙ୍କ ପାଇଁ ୧୦୦୦ଟଙ୍କା ଫାଇନ କରିଛି । ଲେଟ ଫାଇନ ନଦେଲେ କେହି ଆଧାର ଲିଙ୍କ କରିପାରିବେ ନାହିଁ । ତେବେ ୨୦୨୩ ଆସନ୍ତା ବର୍ଷର ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଆପଣ ଫାଇନ ଦେଇ ଲିଙ୍କ କରିପାରିବେ ।

ତେବେ ଯେଉଁମାନେ ପ୍ୟାନ କାର୍ଡକୁ ଆଧାର କାର୍ଡରେ ଲିଙ୍କ କରି ନାହାନ୍ତି ସେହି ଲୋକମାନଙ୍କୁ ଇନକମ ଟ୍ୟାକ୍ସ ବିଭାଗ ଚେତାବନୀ ଦେଇଛି । ଏହାକୁ ନେଇ ଇନକମ ଟ୍ୟାକ୍ସ ବିଭାଗ ଟ୍ୱିଟ କରି କହିଛନ୍ତି ଯେ, ଆୟକର ଅଧିନିୟମ ୧୯୬୧ ଅନୁସାରେ, ପ୍ୟାନକୁ ଆଧାରରେ ଲିଙ୍କ କରିବା ପାଇଁ ଶେଷ ତାରିଖ ହେଉଛି ଆସନ୍ତା ୨୦୨୩ ବର୍ଷର ମାର୍ଚ୍ଚ ୩୧ତାରିଖ । ଯଦି ପ୍ୟାନକୁ ଆଧାର ସହ ଲିଙ୍କ କରୁନାହାନ୍ତି ତେବେ ପ୍ୟାନ କାର୍ଡ ଅଚଳ ହୋଇଯିବ । ଏହାଛଡା ଯଦି ଆପଣ ପୁରୁଣା ପ୍ୟାନ କାର୍ଡକୁ କିଛି ଡକ୍ୟୁମେଣ୍ଟରେ ବ୍ୟବହାର କରୁଛନ୍ତି ତେବେ ଆପଣଙ୍କୁ ୧୦ହଜାର ପର୍ଯ୍ୟନ୍ତ ଫାଇନ ଦେବା ପାଇଁ ପଡିବ ।

ପ୍ୟାନକୁ ଆଧାର ସହିତ କିପରି ଲିଙ୍କ କରିବେ
-ଇନକମ ଟ୍ୟାକ୍ସର ଅଫିସିଆଲ ୱେବସାଇଟ www.incometax.govt.in କୁ ଯାଇ ଲଗ ଇନ କରନ୍ତୁ

-କ୍ୱିକ ଲିଙ୍କସ ସେକ୍ସନକୁ ଯାଇ ଲିଙ୍କ ଆଧାରରେ କ୍ଲିକ କରନ୍ତୁ

-ଆପଣଙ୍କ ସ୍କ୍ରିନ ଉପରେ ଏକ ନୂଆ ୱିଣ୍ଡୋ ଖୋଲିବ

-ଏଠାରେ ଆପଣ ପ୍ୟାନ ନମ୍ବର ସହ ଅଧାର ନମ୍ବର ଏବଂ ମୋବାଇଲ ନମ୍ବର ଦିଅନ୍ତୁ ।

– i validate my adhaar detailsର ବିକଳ୍ପକୁ ଚୟନ କରନ୍ତୁ

-ଏହାପରେ ଆପଣ ରେଜିଷ୍ଟର କରିଥିବା ମୋବାଇଲ ଫୋନରେ ଏକ ଓଟିପି ଯିବ । ଏହାକୁ ଭରିବା ମାତ୍ରେ …. ଉପରେ କ୍ଲିକ କରି ଦିଅନ୍ତୁ ।

ତେବେ ଧ୍ୟାନ ଦିଅନ୍ତୁ ଯଦି ଆପଣ ଫାଇନ ଦେଉନାହାନ୍ତି ତେବେ ଏହା କାର୍ଯ୍ୟକାରୀ ହେବନାହିଁ । https://onlineservices.tin.egovnsdl.com/etaxnew/tdsnontds.jsp Protean ଉପରେ କ୍ଲିକ କରନ୍ତୁ ଏବଂ ଟ୍ୟାକ୍ସ ଆପ୍ଲିକେବୁଲକୁ ଚୟନ କରନ୍ତୁ । ଫି ପେମେଣ୍ଟ ମାଇନର ହେଡ ଓ ମେଜର ହେଡର ସିଙ୍ଗଲ ଚାଲାନ କରାଯାଉଛି । ଏହାପରେ ନେଟ ବ୍ୟାଙ୍କିଙ୍ଗ ବା ଡେବିଟ କାର୍ଡରେ ପେମେଣ୍ଟର ତାରିଖ ଚୟନ କରନ୍ତୁ । ଏଥିରେ ଆପଣଙ୍କ ପ୍ୟାନ ନମ୍ବର ଦିଅନ୍ତୁ ଓ ଆସେସମେଣ୍ଟ ଇୟର ଚୟନ କରିବା ପରେ ଡିଟେଲ୍ସ ଭରନ୍ତୁ । ଏହାପରେ CHALLAN NO/ITNS 280 ଉପରେ କ୍ଲିକ କରିଲେ ପ୍ରୋସେସ ହୋଇ ଆପଣଙ୍କ ପ୍ୟାନ ଆଧାର ସହ ଲିଙ୍କ ହୋଇଯିବ ।

Get real time updates directly on you device, subscribe now.