fbpx

ପ୍ରତି ସାଢେ ୪ ମିନିଟରେ ଜଣଙ୍କ ଆତ୍ମହତ୍ୟା; ପୁରୁଷଙ୍କ ସଂଖ୍ୟା ଅଧିକ, କାହିଁକି ଆତ୍ମହତ୍ୟା କରିବାକୁ ବାଧ୍ୟ ହୁଅନ୍ତି ?

ନୂଆଦିଲ୍ଲୀ: ରାଜ୍ୟ ତଥା ଦେଶରେ ଦିନକୁ ଦିନ ଆତ୍ମହତ୍ୟା ମାମଲା ବଢି ଚାଲିଛି । ଖାସ କରି ଯୁବପିଢିଙ୍କ କ୍ଷେତ୍ରରେ ଏହି ଘଟଣା ଅଧିକ ମାତ୍ରାରରେ ଦେଖା ଦେଉଛି । ନିକଟରେ ଅନେକ ଯୁବକ ,ଯୁବତୀ ଆତ୍ମହତ୍ୟା କରିଥିବା ବେଳେ ଏଥିରେ ଅଧିକାଶଂ ପୁରୁଷ ରହିଛନ୍ତି । ତେବେ ଏହି ଆତ୍ମହତ୍ୟା ଘଟଣାରେ ବିଶ୍ୱ ସ୍ୱସ୍ଥ୍ୟ ସଙ୍ଗଠନ ଏକ ରିପୋର୍ଟ ଜାରୀ କରିଛି । ଯାହାକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟ ହୋଇଯିବ । ତେବେ ଏହି ରିପୋର୍ଟରେ କୁହାଯାଇଛି ଯେ, ପ୍ରତି ୪ ରୁ ସାଢେ ୪ ମିନିଟି ମଧ୍ୟରେ ଜଣଙ୍କ ଆତ୍ମହତ୍ୟା ହେଉଛି । ଯାହାକି କୌଣସି ଲୋକର ବିଶ୍ୱାସ ଯୋଗ୍ୟ ନୁହେଁ କିନ୍ତୁ କଥାଟି ସତ ।

ତେବେ ମିଳିଥିବା ସୂଚନା ଅନୁଯାୟୀ,ଏହି ଆତ୍ମହତ୍ୟାକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ସର୍ଭେ କରିଛି । ଯେଉଁଥିରୁ ଏହା ଜଣା ପଡିଛି ଯେ, ସାରା ବିଶ୍ୱରେ କେବଳ ଆତ୍ମହତ୍ୟାରେ ହିଁ ୭ ଲକ୍ଷ ଲୋକଙ୍କ ଜୀବନ ଯାଉଛି । ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ତେବେ ବିଶ୍ୱରେ ବିଭିନ୍ନ ପ୍ରକାର ରୋଗରେ ଯେତିକି ଲୋକଙ୍କ ଜୀବନ ଯାଉଛି, ତାହାଠାରୁ ବହୁତ ଅଧିକ ଲୋକଙ୍କ ମୃତ୍ୟୁ ଆତ୍ମହତ୍ୟା କାରଣରୁ ହେଉଛି । ଏଥିସହିତ ଏହି ସର୍ଭେରେ ଏହା ମଧ୍ୟ ଜଣାପଡିଛି ଯେ ଆତ୍ମହତ୍ୟା କରୁଥିବା ଲୋକଙ୍କ ମଧ୍ୟରୁ ପୁରୁଷ ବା ଯୁବକମାନଙ୍କ ସଂଖ୍ୟା ଅଧିକ ରହିଛି । ଯାହାଙ୍କ ବୟସ ୧୫ ରୁ ୧୯ ବର୍ଷ ମଧ୍ୟରେ ରହିଛି ।

ତେବେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ତଥ୍ୟ ମୁତାବକ, ସାରା ବିଶ୍ୱରେ ପ୍ରତିବର୍ଷ ୭ଲକ୍ଷରୁ ଅଧିକ ଲୋକ ଆତ୍ମହତ୍ୟା କରୁଛନ୍ତି । ଯେଉଁଥିରେ ମହିଳାଙ୍କ ତୁଳନାରେ ପୁରୁଷଙ୍କ ସଂଖ୍ୟା ଅଧିକ ରହିଛି । ସାରା ଦୁନିଆଁରେ ୧ ଲକ୍ଷ ମହିଳାଙ୍କ ମଧ୍ୟରୁ ୫.୪ ପ୍ରତିଶତ ମହିଳା ଆତ୍ମହତ୍ୟା କରୁଥିବାବେଳେ ପୁରୁଷମାନଙ୍କ କ୍ଷେତ୍ରରେ ଏହା ୧୨.୬ ପ୍ରତିଶତ ରହିଛି, ଯାହାକି ମହିଳାମାନଙ୍କ ତୁଳନାରେ ୭.୨ ପ୍ରତିଶତ ଅଧିକ ରହିଛି ।

ସେହିପରି ଭାରତକୁ ନେଇ ମଧ୍ୟ ଡବ୍ଲୁଏଚଓ ଏକ ବଡ ତଥ୍ୟ ଦେଇଛି । ସର୍ଭେ ମୁତାବକ, ଭାରତରେ ମଧ୍ୟ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି । ତେବେ ୨୦୨୧ରେ ଦେଶରେ ମୋଟ ୧,୬୪,୦୩୩ ବ୍ୟକ୍ତି ଆତ୍ମହତ୍ୟା କରିଥିଲେ । ଯେଉଁଥିରୁ ୧,୧୮,୯୭୯ ଅର୍ଥାତ୍ ୭୩% ପୁରୁଷ ଆତ୍ମହତ୍ୟା କରିଥିଲେ । ପ୍ରତି ସାଢେ ୪ ମିନିଟରେ ଜଣେ ପୁରୁଷ ଆତ୍ମହତ୍ୟା କରୁଛନ୍ତି । ତେବେ ଅଧିକ ମାତ୍ରାରେ ପୁରୁଷମାନେ କାହିଁକି ଆତ୍ମହତ୍ୟା କରୁଛନ୍ତି ତାହା ସଠିକ୍ ଭାବରେ ଜଣା ପଡିନଥିବା ବେଳେ, ଏନେଇ ଆଗକୁ ଗବେଷଣା ଜାରୀ ରହିବ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.