fbpx

ରାଜ୍ୟସଭା ନିର୍ବାଚନ: ୟୁପିରେ ବିଜେପି ୮ଟି ଆସନରେ ବିଜୟୀ, କଂଗ୍ରେସକୁ ୨ଟି

ନୂଆଦିଲ୍ଲୀ: ବହୁ ପ୍ରତୀକ୍ଷିତ ରାଜ୍ୟସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଯାଇଛି । କର୍ଣ୍ଣାଟକରେ କଂଗ୍ରେସ ୩ଟିରେ ଜିତିଥିବା ବେଳେ ବିଜେପି ଗୋଟିଏ ଆସନରେ ଜିତିଛି । ହିମାଚଳ ପ୍ରଦେଶରେ କଂଗ୍ରେସର ବହୁମତ ରହିଥିଲେ ସେଠାରେ ବାଜି ଓଲଟି ଯାଇଛି । ହିମାଚଳରେ କଂଗ୍ରେସକୁ ପରାଜୟ ବରଣ କରିବାକୁ ପଡ଼ିଛି । ତେବେ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶରେ ବିଜେପିର ବୃହତ ବିଜୟ ହୋଇଛି । ବିଜେପି ୮ଟି ଆସନ ମିଳିଥିବା ବେଳେ କଂଗ୍ରେସକୁ ୨ଟି ସନ୍ତୁଷ୍ଟ ହେବାକୁ ପଡ଼ିଛି ।

ସୂଚନାଯୋଗ୍ୟ ଯେ, ଦେଶର ୧୫ଟି ରାଜ୍ୟରେ ୫୬ଟି ରାଜ୍ୟସଭା ଆସନ ଖାଲି ରହିଥିବା ବେଳେ ସେଥିମଧ୍ୟରୁ ୧୨ଟି ରାଜ୍ୟରେ ୪୧ଟି ଆସନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇ ସାରିଥିଲେ । ତେଣୁ ଗତ ୨୭ ତରିଖ ଦିନ ୩ଟି ରାଜ୍ୟର ୧୫ଟି ଆସନ ପାଇଁ ଭୋଟିଂ ଆରମ୍ଭ ହୋଇଯାଇଥିଲା । ଭୋଟ ସରିବା ପରେ ସମାନ ଦିନରେ ଭୋଟ ଗଣତି ଆରମ୍ଭ ହୋଇଥିଲା । ଉତ୍ତରପ୍ରଦେଶର ୧୦ଟି, କର୍ଣ୍ଣାଟକର ୪ଟି ଓ ହିମାଚଳ ପ୍ରଦେଶର ଗୋଟିଏ ଆସନ ପାଇଁ ମତଦାନ ହୋଇଥିଲା ।

ତେବେ ରାଜ୍ୟସଭା ନିର୍ବାଚନରେ କଂଗ୍ରେସକୁ ଏକ ବଡ଼ ଝଟକା ଲାଗିଛି । ଆଗକୁ ଲୋକସଭା ନିର୍ବାଚନ ସହିତ କିଛି ରାଜ୍ୟରେ ବିଧାନସଭା ନିର୍ବାଚନ ହେବ । ତେଣୁ ଏହା କଂଗ୍ରେସକୁ ଏକ ବଡ଼ ଶିକ୍ଷା ଦେଇଛି । ରାଜ୍ୟସଭା ନିର୍ବାଚନର ଫଳାଫଳର ପ୍ରଭାବ ଆଗାମୀ ଲୋକସଭା ନିର୍ବାଚନ ଉପରେ ପଡ଼ିବା ନେଇ ଏବେ ଆଶଙ୍କା ସୃଷ୍ଟି ହୋଇଛି ।

Get real time updates directly on you device, subscribe now.