fbpx

ରାଜ୍ୟସଭା ନିର୍ବାଚନ ପାଇଁ ଗୁଜୁରାଟରୁ ପ୍ରାର୍ଥୀ ହେଲେ ବିଜେପି ଦଳର ମୁଖ୍ୟ ଜେ.ପି ନଡ୍ଡା

ନୂଆଦିଲ୍ଲୀ: ରାଜ୍ୟସଭା ନିର୍ବାଚନ ପାଇଁ ଗୁଜୁରାଟରୁ ପ୍ରାର୍ଥୀ ହୋଇଛନ୍ତି ଭାରତୀୟ ଜନତା ପାର୍ଟି (ବିଜେପି) ଦଳର ମୁଖ୍ୟ ଜେ.ପି ନଡ୍ଡା। ବୁଧବାର ଅର୍ଥାତ ଆଜି ଏନେଇ ଦଳ ପକ୍ଷରୁ ତାଙ୍କ ନାମ ଘୋଷଣା କରାଯାଇଛି।

ସୂଚନା ଥାଉକି, ରାଜ୍ୟସଭା ପାଇଁ ବିଜେପି ପକ୍ଷରୁ ବୁଧବାର ପ୍ରାର୍ଥୀତାଲିକା ଘୋଷଣା କରାଯାଇଛି। ଏଥିରେ ୭ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ତଦନୁଯାୟୀ ଗୁଜରାଟରୁ ବିଜେପି ସଭାପତି ଜେ.ପି ନଡ୍ଡା ରାଜ୍ୟସଭା ପ୍ରାର୍ଥୀ ହେବେ ବୋଲି ଜଣାପଡିଛି । ଅନ୍ୟପଟେ ମଧ୍ୟପ୍ରଦେଶରୁ ଏଲ. ମୁଋଗନ, ଉମେଶ ନାଥ ମହାରାଜ, ମାୟା ନରୋଲିୟା, ବଂଶୀଲାଲ ଗୁରଜର ରାଜ୍ୟସଭା ପାଇଁ ବିଜେପି ପ୍ରାର୍ଥୀ ହୋଇଛନ୍ତି। ସେହିପରି ମହାରାଷ୍ଟ୍ରରୁ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ ଓ ଓଡ଼ିଶାରୁ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭା ପାଇଁ ପ୍ରାର୍ଥୀ ହୋଇଛନ୍ତି।

ତେବେ ଏଠାରେ କହି ରଖୁଛୁ ଯେ, ଗତ ୧୨ ତାରିଖ ଦିନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନ କଂଗ୍ରେସ ଛାଡ଼ିଥିଲେ । ତେବେ କଂଗ୍ରେସରୁ ଇସ୍ତଫା ଦେବାର ଗୋଟିଏ ଦିନ ପରେ ଅଶୋକ ପଦ୍ମ ଧରିଥିଲେ । ଏହାପରେ ଗତ ୧୩ ତାରିଖରେ ପଦ୍ମ ଦଳରେ ସାମିଲ ହେବାର ୨୪ ଘଣ୍ଟା ମଧ୍ୟରେ ଅଶୋକଙ୍କୁ ଏକ ବଡ଼ ପୁରସ୍କାର ଦେଇଛି ବିଜେପି ।

Get real time updates directly on you device, subscribe now.