fbpx

ଆନ୍ଦୋଳନରତ କୃଷକଙ୍କ ସମର୍ଥନରେ ଓହ୍ଲାଇଲେ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ, ବିନେଶ ଫୋଗାଟ୍

ନୂଆଦିଲ୍ଲୀ: ଆନ୍ଦୋଳନରତ କୃଷକମାନଙ୍କୁ ସମର୍ଥନ କରିଲେ ଅଲିମ୍ପିକ୍ସ ପଦକ ବିଜେତା ଭାରତୀୟ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲ୍ଲିକ । ଏଥିସହ କୃଷକଙ୍କ ଉପରେ ପୋଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି । ସାକ୍ଷୀ ମଲ୍ଲିକ ଲେଖିଛନ୍ତି, ଦେଶର କୃଷକମାନଙ୍କ ପ୍ରତି ଏଭଳି ବ୍ୟବହାର ରେ ମୁଁ ଗଭୀର ଦୁଃଖିତ। ମୁଁ ସରକାରଙ୍କୁ ଅନୁରୋଧ କରୁଛି ଯେ ସେମାନେ ତୁରନ୍ତ ସେମାନଙ୍କ ସହ କଥା ହୁଅନ୍ତୁ ଏବଂ ସେମାନଙ୍କ ସମସ୍ୟାର ସମାଧାନ କରନ୍ତୁ ଏବଂ ସେମାନଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରନ୍ତୁ ।

ଏଥିସହ ବଜରଙ୍ଗ ପୁନିଆ ଲେଖିଛନ୍ତି, ଯେଉଁ କୃଷକମାନେ ଦେଶକୁ ଖାଇବାକୁ ଯୋଗାନ୍ତି, ସେମାନେ ସମ୍ମାନ ପାଇବାକୁ ଯୋଗ୍ୟ । ସେମାନଙ୍କ ପ୍ରତି ଏଭଳି ଆଚରଣ ଠିକ୍ ନୁହେଁ । ସେମାନଙ୍କୁ ଆହତ କରିବା ପରିବର୍ତ୍ତେ ସରକାର ସେମାନଙ୍କ ସମସ୍ୟାର ସମାଧାନ କରିବା ଦରକାର ।

କୃଷକଙ୍କ ଉପରେ ଏଭଳି ଅତ୍ୟାଚାର ନିନ୍ଦନୀୟ ବୋଲି ବିନେଶ ଫୋଗାଟ କହିଛନ୍ତି ।

ଗତବର୍ଷ ଦିଲ୍ଲୀରେ ତତ୍କାଳୀନ କୁସ୍ତି ମହାସଂଘ ସଭାପତି ବ୍ରଜଭୂଷଣ ଶରଣ ସିଂହଙ୍କ ବିରୋଧରେ ଧାରଣା ଦେଇଥିବା ଖେଳାଳିଙ୍କ ମଧ୍ୟରେ ଏହି ଦୁଇ କୁସ୍ତିଯୋଦ୍ଧା ମଧ୍ୟ ଥିଲେ।

 

 

Get real time updates directly on you device, subscribe now.