ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ସାରା ଦେଶରେ ସାତ ପର୍ଯ୍ୟାୟ ବିଶିଷ୍ଟ ମତଦାନ ପ୍ରକ୍ରିୟା ଜାରି ରହିଛି । ଏହା ମଧ୍ୟରେ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ମତଦାନ ସମାପ୍ତ ହୋଇଥିବା ବେଳେ ଆଗକୁ ଆଉ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ । ତେବେ ରାଜନୈତିକ ଦଳମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରିବା ପରେ ଟିକେଟ କଟିବା ପରେ କିଛି ନେତା ଦଳ ଛାଡ଼ି ନୂଆ ଏକ ଦଳରେ ସାମିଲ ହେଉଥିବା ଦେଖାଯାଉଛି । ସେହିପରି ଟିକେଟ ପାଇଥିବା ନେତାମାନେ ପ୍ରବଳ ଖରାକୁ ଖାତିର ନକରି ପ୍ରଚାରରେ ଲାଗିପଡ଼ିଛନ୍ତି । ଆସନ୍ତା ୧୩ ତାରିଖରୁ ଓଡ଼ିଶାରେ ୪ଟି ପର୍ଯ୍ୟାୟରେ ମତଦାନ ଗ୍ରହଣ କରାଯିବ ।
ତେବେ ଏହା ମଧ୍ୟରେ ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମଧ୍ୟପ୍ରଦେଶରେ ଜଣେ ବିଜେପି ନେତାଙ୍କର ଦୁର୍ଘଟଣାରେ ବିୟୋଗ ଘଟିଛି । ବିଜେପିର ପୂର୍ବ ଜିଲ୍ଲା ସଭାପତି ଜୟପ୍ରକାଶ କିରାରଙ୍କ ପରଲୋକ ଘଟିଛି । ଏହି ଖବର ପାଇବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ଓ ପୂର୍ବ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ଶୋକ ପ୍ରକାଶ କରିଛନ୍ତି । ଶନିବାର ବିଳମ୍ବିତ ରାତିରେ ଉଜୈନକୁ ଫେରୁଥିବା ସମୟରେ ଜୟପ୍ରକାଶଙ୍କ କାରକୁ ଏକ ଅଜଣା ଡମ୍ପର ଧକ୍କା ଦେଇଥିଲା । ଏହାପରେ ଗମ୍ଭୀର ଆଘାତ ଲାଗିବା କାରଣରୁ ଘଟଣାସ୍ଥଳରେ ଜୟପ୍ରକାଶଙ୍କର ମୃତ୍ୟୁ ଘଟିଥିଲା ।
भारतीय जनता पार्टी रायसेन के पूर्व जिला अध्यक्ष व मेरे परम मित्र डॉ. जय प्रकाश किरार जी के असामयिक निधन का समाचार सुनकर दु:खी एवं स्तब्ध हूं।
मेरी संवेदनाएं शोकाकुल परिवारजनों के साथ हैं।
ईश्वर से दिवंगत पुण्य आत्मा को अपने श्री चरणों में स्थान देने एवं शोकाकुल परिवार को गहन… pic.twitter.com/jDPehS2uTY
— Shivraj Singh Chouhan (मोदी का परिवार ) (@ChouhanShivraj) May 12, 2024