fbpx
BJD SKY
BJD SKY

ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ

BJD

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବ୍ରଜରାଜନଗର ଉପନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଛି ବିଜେଡି । ରେଜଲ୍ଟକୁ ନେଇ ଅନେକ ନେତା, ମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରୁଥିବା ଦେଖିବାକୁ ମିଳୁଛି । ଏହାକୁ ନେଇ ପ୍ରତିକ୍ରିୟା ପ୍ରକାଶ କରିଛି ବିଜେପି । ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ସେ କହିଛନ୍ତି, ‘ବ୍ରଜରାଜନଗର ଉପନିର୍ବାଚଳ ଫଳାଫଳ ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ମୋତେ ଲାଗୁଛି ବିଜେପି ଭିତରେ କିଛି ଅନ୍ତର୍ଘାତୀ କାର୍ଯ୍ୟ ହୋଇଛି । ବିଜେପି ନେତାମାନେ ଆତ୍ମଘାତୀ କରିଛନ୍ତି, ସେଥିପାଇଁ ଭୋଟ୍ କମିଛି ।’ ଏହି ଅନ୍ତର୍ଘାତୀ କାମର ସମୀକ୍ଷା ହେବା ଦରକାର । ବ୍ରଜରାଜନଗରରେ ସରକାରୀ କଳର ଅପବ୍ୟବହାର ହୋଇଛି ବୋଲି ପ୍ରଦୀପ କହିଛନ୍ତି । କଂଗ୍ରେସକୁ ବିଜେଡି ଫଣ୍ଡିଂ କରିଥିବା ପ୍ରଦୀପ ଅଭିଯୋଗ କରିଛନ୍ତି ।

ତେବେ ବ୍ରଜରାଜନଗର ଉପନିର୍ବାଚନରେ ସ୍ୱାମୀ ସ୍ୱର୍ଗତଃ କିଶୋର ମହାନ୍ତିଙ୍କ ଠାରୁ ବହୁ ଅଧିକ ଭୋଟ ପାଇ ବିଜୟୀ ହୋଇଛନ୍ତି ବିଜେଡି ପ୍ରାର୍ଥୀ ଅଳକା ମହାନ୍ତି । ବ୍ରଜରାଜନଗର ମଇଦାନରେ ବହୁ ପଛରେ ପଡିଯାଇଛି ବିରୋଧୀ । ପ୍ରଥମ ରାଉଣ୍ଡ ଗଣନା ଆରମ୍ଭରୁ ବିଜେଡିର ଦବଦବା ଦେଖିବାକୁ ମିଳିଥିଲା, ଶେଷ ରାଉଣ୍ଡ ପର୍ଯ୍ୟନ୍ତ ତାହା ଜାରି ରହିଥିଲା । ବ୍ରଜରାଜନଗର ନିର୍ବାଚନ ଇତିହାସରେ ରେକର୍ଡ ଭୋଟ ବ୍ୟବଧାନରେ ବାଜି ମାରି ନେଇଥିଲେ ଅଳକା ମହାନ୍ତି । ବିଜେଡିର ଅନୁକମ୍ପା କାର୍ଡ ଆଗରେ ଫିକା ପଡିଯାଇଥିଲା ବିରୋଧୀ ଦଳର ରଣନୀତି । ଅଳକା ୯୩ ହଜାର ୯୫୩ ଭୋଟ ପାଇଥିବା ବେଳେ କଂଗ୍ରେସର କିଶୋର ମହାନ୍ତିଙ୍କୁ ମିଳିଛି ୨୭ ହଜାର ୮୩୧ । ଓ ବିଜେପି ପ୍ରାର୍ଥୀ ରାଧାରାଣୀ ପଣ୍ଡାଙ୍କୁ ମିଳିଛି ୨୨ ହଜାର ୬୩୦ ଭୋଟ ।

Get real time updates directly on you device, subscribe now.