fbpx

ଅନ୍ତର୍ଜାତୀୟ ନ୍ୟାୟାଳୟରେ ୟାସିନ ମଲିକ ମାମଲା ଉଠାଇବ ପାକିସ୍ତାନ, ଦେଲା ସଙ୍କେତ

ନୂଆଦିଲ୍ଲୀ: ୟାସିନ ମଲିକ ମାମଲାକୁ ପାକିସ୍ତାନ ମିଳିତ ଜାତିସଂଘ ଏବଂ ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟରେ ଉଠାଇବାକୁ ପ୍ରସ୍ତୁତି କରୁଛି। ପାକିସ୍ତାନ ଅଧିକୃତ କାଶ୍ମୀରର ତଥାକଥିତ ରାଷ୍ଟ୍ରପତି ସୁଲତାନ ମହମ୍ମୁଦ ଚୌଧୁରୀ କହିଛନ୍ତି ଜାମ୍ମୁ-କାଶ୍ମୀର ଲିବେରେସନ ଫ୍ରଣ୍ଟର ପ୍ରମୁଖ ୟାସିନ ମଲିକଙ୍କୁ ନିରପେକ୍ଷ ଶୁଣାଣିର ଅଧିକାରରୁ ବଞ୍ଚିତ କରିବା ଏବଂ ଭାରତୀୟ ଅଦାଲତ ଦ୍ଵାରା ଆଜୀବନ କାରାଦଣ୍ଡାଦେଶ ଦେବା ମାମଲାକୁ ଆଇସିଜେ ଏବଂ ଅନ୍ୟ ମଞ୍ଚରେ ଉଠାଇବୁ।

ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ବା ଆଇସିଜେରେ ଏହି ପ୍ରସଙ୍ଗକୁ ଉଠାଇବା ଉପରେ ଜୋର ଦେଇ ସେ କହିଛନ୍ତି, କେବଳ ୨୨ ଦିନ ଭିତରେ ଆଇସିଜେରେ ୟାସିନ ମଲିକଙ୍କ ମାମଲାକୁ ଉଠାଇବୁ। କିଛି ସୀମା କାରଣରୁ ପାକିସ୍ତାନ ସରକାର ଆଇସିଜେରେ ଅପିଲ୍ ଦାୟର କରି ପାରିବେ ନାହିଁ। ନିୟମ ଅନୁସାରେ କେବଳ ସଦସ୍ୟ ଦେଶ ହିଁ ଅଦାଲତ ଯିବା ଏବଂ ଅପିଲ୍ କରିବାର ଅଧିକାର ରହିଛି।

ପାକିସ୍ତାନୀ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାଓ୍ଵଲ ଭୁଟ୍ଟୋ ଜର୍ଦ୍ଦାରୀ କାଶ୍ମୀରକୁ ନେଇ ଅନ୍ତର୍ଜାତୀୟ ସମୁଦାୟର ଧ୍ୟାନ ଆକର୍ଷିତ କରିବା ପାଇଁ ମିଳିତ ଜାତିସଂଘର ମହାସଚିବ ଆଣ୍ଟୋନିଅ ଗୁଟେରସଙ୍କୁ ଚିଠି ଲେଖିଛନ୍ତି। ମେ ୩୧ରେ ଲେଖିଥିବା ଏହି ଚିଠିରେ ସେ ୟାସିନ ମଲିକଙ୍କ ବିଷୟରେ ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି, ୟାସିନ ମଲିକଙ୍କ ସ୍ଵାସ୍ଥ୍ୟବସ୍ଥ୍ୟା ଠିକ୍ ନାହିଁ ଏବଂ ଭାରତୀୟ ଜେଲରେ ତାଙ୍କ ସହିତ କ୍ରୁତ ବ୍ୟବହାର କରାଯାଉଛି।

Get real time updates directly on you device, subscribe now.