fbpx

ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡିଥିଲେ ନେତା, ହସ୍ପିଟାଲ ନେବା ବାହାନାରେ ଲୁଟିଲେ ପୋଲିସ ବାବୁ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି ଅଭାବନୀୟ ଘଟଣା । ଏଠାରେ ରକ୍ଷକ ସାଜିଛି ଭକ୍ଷକ । ମୋହବାରେ ବିଜେପି ନେତାଙ୍କ ସନ୍ଦେହଜନକ ମୃତ୍ୟୁ ନେଇ ବର୍ତ୍ତମାନ ମଧ୍ୟ ତଦନ୍ତ ଜାରି ରହିଛି । ଏହାରି ଭିତରେ ମହୋବା ପୋଲିସ ଅଧିକ୍ଷକ ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି । ତେବେ ଏହି ଖୁଲାସା ପରେ ସମସ୍ତେ ଚକିତ ହୋଇ ଯାଇଛନ୍ତି । ନେତାଙ୍କଠୁ ଚୋରି ଗହଣା ଚୋରି କରିନେଇଥିଲେ ପୋଲିସ ବାବୁ । ଭାଜପା ନେତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିବା ବାହାନାରେ ତାଙ୍କ ଠାରୁ ସୁନା ଚେନ୍, ଚାରୋଟି ମୁଦି ସହିତ 2ଟି ମୋବାଇଲ ଫୋନ ଲୁଟି ନେଲେ ପୋଲିସ ଅଧିକାରୀ । ତେବେ ଉକ୍ତ 3 ପୋଲିସ ଅଧିକାରୀଙ୍କୁ ବର୍ତ୍ତମାନ ଅଟକ ରଖାଯାଇଥିବା ବେଳେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରାଯାଇଛି ।

ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ଥିଲେ ବିଜେପି ନେତା- ମହୋବାର ଚରଖାରୀ କୋତବାଲି କରବାର ବିଜେପି ଯୁବ ମୋର୍ଚ୍ଚା ମଣ୍ଡଳ ଅଧ୍ୟକ୍ଷ ସଚ୍ଚିନ ପାଠକଙ୍କର ଚିକିତ୍ସା ସମୟରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା । ସଚ୍ଚିନ ମହୋବା ରାସ୍ତାରେ ରକ୍ତାକ୍ତ ଅବସ୍ଥାରେ ମିଳିଥିଲେ । ତେବେ ମୃତକଙ୍କ ପରିଜନ ଲୁଟ ପରେ ହତ୍ୟା କରାଯାଇଥିବା ନେଇ ଅଭିଯୋଗ କରିଥିଲେ । କାରଣ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସମୟରେ ଚେନ୍, ମୋବାଇଲ ଏବଂ ହାତ ମୁଦି ନଥିଲା । ଏହାକୁ ଦେଖି ପରିବାର ଲୋକେ ଆଶଙ୍କା କରି ଅଭିଯୋଗ କରିଥିଲେ । ଏହାପରେ ରାଜ୍ୟ ମନ୍ତ୍ରୀ ରାକେଶ ରାଠୋର ସହିତ ବିଧାୟକ, ପୂର୍ବ ସାଂସଦଙ୍କ ସହିତ ବୈଠକ କରି ଶୀଘ୍ର ଖୁଲାସା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ତଦନ୍ତ ସମୟରେ ଜଣାପଡିଥିଲା ଯେ, 112ରେ ଡ୍ୟୁଟିରେ ଥିବା ପୋଲିସ ଅଧିକାରୀ ହିଁ ଚୋର ସାଜିଥିଲେ । ସାଥିଙ୍କ ସହିତ ମିଶି ଚୋରି କରିବା ପରେ ସେ ଅନ୍ୟ ସାଥିମାନଙ୍କୁ ସେଠାରୁ ଭଗେଇ ଦେଇଥିଲେ । ତେବେ ସେମାନଙ୍କୁ ବର୍ତ୍ତମାନ ଗିରଫ କରାଯାଇଥିବା ବେଳେ ପରିବାର ଲୋକଙ୍କୁ ଗହଣା ମଧ୍ୟ ଫେରସ୍ତ କରାଯାଇଛି ।

Get real time updates directly on you device, subscribe now.