fbpx

ଗିରଫ ହେଲେ BJP ନେତ୍ରୀ: ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ଆପତ୍ତିଜନକ ପୋଷ୍ଟ କରିବା ମହଙ୍ଗା ପଡ଼ିଲା

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖବର । ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଆପତ୍ତିଜନକ ପୋଷ୍ଟ କରିବା ଜଣେ ବିଜେପି ନେତ୍ରୀଙ୍କ ପାଇଁ ମହଙ୍ଗା ପଡ଼ିଛି । ଏକ ଘଟଣାରେ ପ୍ରତିକ୍ରିୟା ଦେବାକୁ ଯାଇ ଉକ୍ତ ନେତ୍ରୀ ଜଣଙ୍କ ମୁଖ୍ୟମନ୍ତ୍ରୀଙ୍କ ପରିବାର ବିରୋଧରେ ପ୍ରଶ୍ନ କରିବା ସହିତ ତାହାକୁ ସୋସିଆଲ ମିଡ଼ିଆରେ ପ୍ରଶ୍ନ କରିଥିଲେ । ତେବେ ଏହି ଘଟଣାରେ ବିଜେପି ନେତ୍ରୀଙ୍କୁ ପୋଲିସ ଗିରଫ କରିଛି ।

ସୂଚନା ମୁତାବକ, କର୍ଣ୍ଣାଟକରୁ ଆସିଛି ଏଭଳି ଏକ ଖବର । ରାଜ୍ୟର ଉଡୁପିରେ ଗୋଟିଏ ଘରୋଇ ପ୍ରଫେସନାଲ ଟ୍ରେନିଂ କଲେଜରେ ୩ ଜଣ ଶିକ୍ଷାର୍ଥୀ ମହିଳା ଟଏଲେଟ ଭିତରର ଦୃଶ୍ୟ ରେକର୍ଡ କରିଥିଲେ । ତେବେ ଟଏଲେଟ ଭିତରେ ଗୁପ୍ତ ଭାବେ ମୋବାଇଲ ଫୋନ୍ ରହିଥିବା ଗତ ସପ୍ତାହରେ ଜଣେ ଛାତ୍ରୀ ଦେଖିଥିଲେ । ଏନେଇ ସେ ପ୍ରଶାସନକୁ ଜଣାଇଥିଲେ । ତେବେ ଏନେଇ ବିଜେପି ନେତ୍ରୀ ଶକୁନ୍ତଳା ଏଚଏସ କହିଥିଲେ, ଯଦି ସିଦ୍ଧରମୈୟାଙ୍କ ପତ୍ନୀ କିମ୍ବା ବୋହୂଙ୍କ ସହ ଏପରି ହୋଇଥାନ୍ତା ତେବେ କଂଗ୍ରେସ ନେତା କ’ଣ ଏପରି କରିଥାନ୍ତେ?

ତେବେ ବିଜେପି ନେତ୍ରୀ ଜଣଙ୍କ ଏହି ଆପତ୍ତିଜନକ ପୋଷ୍ଟକୁ ଫେସବୁକ ଓ ଟ୍ୱିଟରରେ ଶେୟାର କରିଥିଲେ । ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ଥାନାରେ ଏନେଇ ମାମଲା ଦାୟର ହୋଇଥିଲା । ଏହାପରେ ପୋଲିସ ଶକୁନ୍ତଳାଙ୍କୁ ଗିରଫ କରିଥିବା ବେଳେ ପରେ ତାଙ୍କୁ ଷ୍ଟେସନ ବେଲରେ ଜାମିନ ପ୍ରଦାନ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.