fbpx

ବିଜେପି ନେତା ଟିକଟକ୍ ଷ୍ଟାର ସୋନାଲି ଫୋଗାଟଙ୍କ ଦେହାନ୍ତ, ହୃଦଘାତରେ ମୃତ୍ୟୁ

ନୂଆଦିଲ୍ଲୀ: ବିଜେପି ନେତା ସୋନାଲି ଫୋଗାଟଙ୍କ ମଙ୍ଗଳବାର ପରଲୋକ ଘଟିଛି। ଗୋଆରେ ହୃଦଘାତ ଯୋଗୁଁ ତାଙ୍କର ମୃତ୍ୟୁ ଘଟିଛି। ସୋନାଲି ଫୋଗାଟ ଜଣେ ଟିକଟକ୍ ଷ୍ଟାର ଏବଂ ସାମାଜିକ ଗଣମାଧ୍ୟମର ଇନଫ୍ଲୁଏନ୍ସର ଥିଲେ। ସୋନାଲି ୨୦୧୯ରେ ହରିୟାଣା ନିର୍ବାଚନରେ ବିଜେପି ଟିକେଟରୁ ଆଦମପୁର ବିଧାନସଭା ନିର୍ବାଚନ ଲଢିଥିଲେ। ନିର୍ବାଚନ ସମୟରେ ସେ ଖୁବ୍ ଟିକଟକ୍ ଭିଡିଓ ପୋଷ୍ଟ କରିଥିଲେ। ତେବେ ସେ ନିର୍ବାଚନ ହାରିଥିଲେ।

ସୂଚନା ଅନୁଯାୟୀ, ସୋନାଲି ଫୋଗାଟ୍ ନିଜର କିଛି ବନ୍ଧୁଙ୍କ ସହ ଗୋଆ ଯାଇଥିଲେ। ସେଠାରେ ହୃଦଘାତ କାରଣରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ସ୍ଥାନୀୟ ପ୍ରଶାସନ ତାଙ୍କ ମୃତ୍ୟୁର କାରଣ ଜାଣିବାକୁ ତଦନ୍ତ ଆରମ୍ଭ କରିଛି। ଏହା ମଧ୍ୟ କୁହାଯାଉଛି ମୃତ୍ୟୁର କିଛି ସମୟ ପୂର୍ବରୁ ସୋନାଲି ନିଜର ଏକ ଭିଡିଓ ପୋଷ୍ଟ କରିଥିଲେ। ଏଥିସହ ଟୁଇଟର ଆକାଉଣ୍ଟରେ ନିଜର ପ୍ରୋଫାଇଲ ପିକଚର ମଧ୍ୟ ବଦଳାଇ ଦେଇଥିଲେ।

୨୦୧୯ରେ ହରିୟାଣା ନିର୍ବାଚନରେ ସୋନାଲିଙ୍କ ସାମ୍ନାରେ ପ୍ରାର୍ଥୀ ଥିଲେ କଂଗ୍ରେସ ନେତା କୁଲଦୀପ ବିଷ୍ନୋଇ। ବିଜେପି ହରିୟାଣା ତାଙ୍କୁ ମହିଳା ମୋର୍ଚ୍ଚା ରାଜ୍ୟ ଉପ ସଭାପତି ଭାବେ ମଦ୍ୟ ନିଯୁକ୍ତ କରିଥିଲା। ନିକଟରେ ସେ କିଛି ଦିନ ପୂର୍ବେ କୁଲଦୀପ ବିଷ୍ନୋଇଙ୍କୁ ଭେଟିଥିଲେ।

ଟିକଟକ ସମେତ ଅନେକ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ପ୍ରସିଦ୍ଧ ସୋନାଲି ରିୟାଲିଟି ଶୋ ବିଗ୍ ବସର ୧୪ତମ ସିଜିନରେ ଅଂଶଗ୍ରହଣ କରିଥିଲେ। ସୋନାଲି ଛୋଟ ପରଦାରେ ଅନେକ ଧାରାବାହିକରେ ଅଭିନୟ କରିଛନ୍ତି।

 

Get real time updates directly on you device, subscribe now.