fbpx

ଦିନ ଦ୍ୱିପ୍ରହରେ ବିଜେପି ନେତାଙ୍କୁ ଗୁଳିମାରି ହତ୍ୟା ! ଆତଙ୍କିତ ସ୍ଥାନୀୟ ଲୋକେ

ହରିୟାଣାର ଗୁରୁଗ୍ରାମରେ ଗୁରୁବାର ଏକ ବଡ଼ ଘଟଣା ଘଟିଛି । ସୋହନା ମାର୍କେଟର ପୂର୍ବ ଭାଇସ ଚେୟାରମ୍ୟାନ୍ ଏବଂ ବିଜେପି ନେତା ସୁଖବୀର ଓରଫ୍ ସୁଖୀଙ୍କୁ କିଛି ଅଜଣା ଯୁବକଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି । ରିଠୋଜର ସୁଖବୀରଙ୍କୁ ଗୁରୁବାର ସଦର ବଜାର ଅଞ୍ଚଳରେ ଗୁଳି ମାରି ହତ୍ୟା କରାଯାଇଛି । ହତ୍ୟା ପରେ ସମଗ୍ର ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି ।

ସୂଚନା ମିଳିବା ପରେ ପୋଲିସ ତୁରନ୍ତ ଘଟଣାରେ ସ୍ଥଳରେ ପହଞ୍ଚିଥିଲା । ଯାହାପରେ ସୁଖବୀରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୋଲିସ ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀଙ୍କୁ ଖୋଜୁଛି ।

ତେବେ ପ୍ରାଥମିକ ତଦନ୍ତରୁ ଏହାକୁ ପୁରୁଣା ବିବାଦକୁ ନେଇ ହତ୍ୟା କରାଯାଇଥିବା ନେଇ ପୋଲିସ ସନ୍ଦେହ କରୁଛି । ବର୍ତ୍ତମାନ ପୋଲିସ ସମଗ୍ର ଅଞ୍ଚଳକୁ ନାକାବନ୍ଦୀ କରି ହତ୍ୟାକାରୀଙ୍କୁ ଖୋଜୁଛି ।

Get real time updates directly on you device, subscribe now.