fbpx

୨୦୨୪ ଲୋକସଭା ନିର୍ବାଚନରେ ବିଜେପି କେମିତି ଜିତିବ: ଦଳ ପ୍ରସ୍ତୁତ କରିଛି ୧୦ଟି ବଡ଼ ବ୍ରହ୍ମାସ୍ତ୍ର

ନୂଆଦିଲ୍ଲୀ: ଆସନ୍ତା ୨୦୨୪ ଲୋକସଭା ନିର୍ବାଚନରେ ବିଜୟ ସହ ହ୍ୟାଟ୍ରିକ ଲକ୍ଷ୍ୟରେ ରହିଛି ବିଜେପି । ଅନ୍ୟପକ୍ଷରେ ନରେନ୍ଦ୍ର ମୋଦୀଙ୍କୁ ଟକ୍କର ଦେବାକୁ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ବିରୋଧୀ ଦଳଗୁଡ଼ିକୁ ଏକାଠି କରି ବୈଠକ ଆୟୋଜନ କରୁଛି । ତେବେ ଏଥର ନିର୍ବାଚନରେ କ୍ଷମତା ଦଖଲ କରିବା ପାଇଁ ବିଜେପି ୧୦ଟି ରଣନୀତି ପ୍ରୟୋଗ କରିବାର ସମ୍ଭାବନା ରହିଛି ।

୧- ଆଗାମୀ ନିର୍ବାଚନରେ ହିନ୍ଦୁତ୍ୱ ପ୍ରସଙ୍ଗ ବିଜେପିର ଏକ ମୁଖ୍ୟ ଅସ୍ତ୍ର ରହିବ । ରାମ ମନ୍ଦିର ନିର୍ମାଣ ହିଁ ଏହା ସୂଚିତ କରୁଛି । ହିନ୍ଦୁତ୍ୱକୁ ଆଧାର କରି ଦଳ ପୂର୍ବରୁ ଏକାଧିକ ବାର ସଫଳତା ହାସଲ କରିଛି ।

୨- ୨୦୨୪ ନିର୍ବାଚନ ପୂର୍ବରୁ ଅଯୋଧ୍ୟାରେ ରାମ ମନ୍ଦିର ପ୍ରସ୍ତୁତ ହୋଇ ସାରିଥିବ । ବର୍ଷ ବର୍ଷ ଧରି ଚାଲିଆସିଥିବା ବିବାଦର ସମାଧାନ କରିବା ସହ ମନ୍ଦିର ନିର୍ମାଣ କରିବାର କ୍ରେଡିଟ ନେବାକୁ ଦଳ ପ୍ରୟାସ କରିବ । ଅଯୋଧ୍ୟା, କାଶୀ ଓ ମଥୁରାରେ ଚାଲିଥିବା ନିର୍ମାଣ କାର୍ଯ୍ୟକୁ ନେଇ ହିନ୍ଦୁ ପକ୍ଷ ଉତ୍ସାହିତ ରହିଛନ୍ତି । ଏହାକୁ ନେଇ ଦଳ ଏକ ପ୍ରସଙ୍ଗ କରିବାର ସମ୍ଭାବନା ରହିଛି ।

୩- ରାଷ୍ଟ୍ରବାଦକୁ ନେଇ ଆକ୍ରମଣାତ୍ମକ ରହି ଆସିଥିବା ଦଳ ହର ଘର ତ୍ରିରଙ୍ଗା, ତ୍ରିରଙ୍ଗା ରାଲି, ମେରୀ ମାଟି ମେରା ଦେଶ ପରି ବହୁ ଅଭିଯାନ ଚଳାଇଛି । ୨୦୧୯ର ବିଜୟରେ ସର୍ଜିକାଲ ଷ୍ଟ୍ରାଇକ ବହୁତ ସହାୟତା କରିଥିଲା । କଶ୍ମୀରରୁ ୩୭୦ ଧାରା ହଟାଇବା ପରେ ଦଳ ରାଷ୍ଟ୍ରବାଦ ଆଧାରରେ ବେଶ୍ ଲୋକପ୍ରିୟତା ହାସଲ କରିଥିଲା ।

୪- କଶ୍ମୀରରୁ ୩୭୦ ଧାରା ହଟାଇବା, ବିମୁଦ୍ରିକରଣ, ଜିଏସଟି, ପୁଲୱାମା ଆଟାକ, ସର୍ଜିକାଲ ଷ୍ଟ୍ରାଇକ ପରି ବହୁ ବଡ଼ ବଡ଼ ନିଷ୍ପତ୍ତି ନେଇ ବିଜେପି ସରକାର ସଫଳତା ହାସଲ କରିଛି, ଏହା ଜନତାଙ୍କ ନିକଟରେ ପହଞ୍ଚାଇବାକୁ ପଡ଼ିବ ।

୫- ୨୦୧୪ରେ ଲୋକସଭା ନିର୍ବାଚନ ଜିତିବା ପରେ ବିଜେପି ‘ମିନିମମ ଗଭର୍ଣ୍ଣମେଣ୍ଟ, ମାକ୍ସିମମ ଗଭର୍ଣ୍ଣାନ୍ସ’ ନାରା ଦେଇଥିଲା । ୟୁପି ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ବୁଲଡୋଜର ମଡେଲ ଦଳକୁ ବିଭିନ୍ନ ରାଜ୍ୟରେ ବେଶ ଲୋକପ୍ରିୟତା କରାଇଛି । ତେଣୁ ଦଳ ପ୍ରଶାସନିକ ମଡେଲକୁ ସଭିଙ୍କ ନିକଟରେ ପହଞ୍ଚାଇବ ।

୬- ପୂର୍ବରୁ ଭାରତ ବିଶ୍ୱ ଅର୍ଥନୀତିରେ ୧୧ତମ ସ୍ଥାନରେ ରହିଥିବା ବେଳେ ବର୍ତ୍ତମାନ ୫ମ ସ୍ଥାନରେ ରହିଛି । ଆଗାମୀ ଦିନରେ ଭାରତ ତୃତୀୟ ଅର୍ଥନୀତି ହେବାର ସମ୍ଭାବନା ରହିଛି । ଏନେଇ ମୋଦୀ ବିରୋଧୀଙ୍କୁ ଜବାବ ଦେଇଥିଲେ ।

୭- ବିଜେପି ସରକାର ଦେଶର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଲାଗୁ କରିଥିବା ବହୁ ଯୋଜନା ବେଶ୍ ଲୋକପ୍ରିୟତା ହାସଲ କରିଛି । ତେଣୁ ଦଳ ତାହାକୁ ଘରେ ଘରେ ପହଞ୍ଚାଇବାକୁ ପ୍ରୟାସ କରିବ ।

୮- ଆଗାମୀ ନିର୍ବାଚନରେ ମୋଦୀ ଲହରକୁ ନେଇ ଦଳ ଲୋକଙ୍କ ନିକଟକୁ ଯିବ । ମୋଦୀ ପୁଣି ଥରେ ୨୦୨୪ ଲୋକସଭା ନିର୍ବାଚନରେ ବିଜେପିର ପ୍ରଧାନମନ୍ତ୍ରୀ ଚେହେରା ହେବେ, ଏନେଇ ସ୍ୱାଧିନତା ଦିବସରେ ଅବସରରେ ତାଙ୍କର ଭାଷଣରୁ ସ୍ପଷ୍ଟ ହୋଇଛି ।

୯- ଦେଶର ବିଭିନ୍ନ ରାଜ୍ୟରେ ଆଞ୍ଚଳିକ ଦଳମାନଙ୍କର ପ୍ରାଧାନ୍ୟ ରହିଛି । ତେଣୁ ଗଠବନ୍ଧନକୁ ଗୁରୁତ୍ୱ ଦେବ । ଏପରିକି ଦଳ ତା’ର ବହୁ ପୁରୁଣା ସହଯୋଗୀଙ୍କୁ ମଧ୍ୟ ଏବେ ମେଣ୍ଟରେ ସାମିଲ କରୁଥିବା ଦେଖାଯାଉଛି ।

୧୦- ଭୋଟରଙ୍କୁ ବୁଥ ପର୍ଯ୍ୟନ୍ତ ନେବା ପାଇଁ ଦଳ ଅଭିଯାନ ଆରମ୍ଭ କରିଛି । ଏହା ଆଗାମୀ ନିର୍ବାଚନରେ ଭୋଟରଙ୍କୁ ଦଳ ପ୍ରତି ଆକୃଷ୍ଟ କରିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.