fbpx

ବିଜେପି ବିଧାୟକ: ହେଲମେଟ ପିନ୍ଧି ମଞ୍ଚ ଉପରେ ଭାଷଣ ଦେଲେ

ରାୟପୁର: ଛତିଶଗଡ ବିଧାନସଭା ନିର୍ବାଚନ ୨୦୨୩କୁ ନେଇ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ରାଜ୍ୟରେ ଭୁପେଶ ବାଘଲଙ୍କ କଂଗ୍ରେସ ସରକାରଙ୍କୁ ‘ଭାଗ୍, ଛତିଶଗଡ ବଚାଓ’ ଅଭିଯାନ ଚାଲୁରହିଛି । ଏହା ମଧ୍ୟରେ ମଙ୍ଗଳବାର ଦିନ ଛତିଶଗଡ଼ ଦୁର୍ଗର ପୁରୁଣା ବସ ଷ୍ଟାଣ୍ଡରେ ବିଜେପି ଜନସଭା ଅୟୋଜିତ ହୋଇଥିଲା । ଜନସଭାରେ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ସଦସ୍ୟ ବା ବିଧାୟକ ଅଜୟ ଚନ୍ଦ୍ରାକର, ପୂର୍ବ ରାଜ୍ୟସଭା ସଦସ୍ୟ ରାମବିଚାର ନେତାଙ୍କ ସହ ଅନ୍ୟାନ୍ୟ ନେତା ସଭାରେ ଯୋଗ ଦେଇଥିଲେ ।

ସୋମବାର ଦିନ ସଂଧ୍ୟାରେ ବୈଶାଳୀ ନଗର ବିଧାନସଭା କ୍ଷେତ୍ରରେ ସୁପେଲା ଗନ୍ଦା ଚୌକା ଠାରେ ବିଜେପି ଦ୍ୱାରା ‘କଂଗ୍ରେସ ଭଗାଓ’ ଅଭିଜାନ ଅୟୋଜିତ ହୋଇଥିଲା । ହେଲେ ସେଠାରେ ଉପସ୍ଥିତ ଜନତା ମଞ୍ଚ ଉପକୁ ପଥର ଟେକା ଫୋପାଡି ଥିଲେ । ଏହାପରେ ମଙ୍ଗଳବାର ଦିନ ବସ ଷ୍ଟାଣ୍ଡରେ ପୂର୍ବ ମନ୍ତ୍ରୀ ଅଜୟ ଚନ୍ଦ୍ରାକର କ୍ରିକେଟ ସେଫ୍ଟୀ ହେଲମେଣ୍ଟ ପିନ୍ଧି କାର୍ଯ୍ୟକ୍ରମରେ ପହଁଚିଥିଲେ ।
ସୂଚନା ଅନୁଯାୟୀ, ଭିଲାଇ ଜିଲ୍ଲାରେ ବିଧାନସଭା ସ୍ତରୀୟ ସମ୍ମେଳନ ଆୟୋଜିତ ହେଉଥିବା ସମୟରେ ବିଜେପି ନେତା ମିଡ଼ିଆକୁ ନିଜ ବୟାନ ଦେଉଥିବା ବେଳେ ତାଙ୍କ ଉପରକୁ ପଥର ମାଡ଼ ହୋଇଥିଲା ।

ଏହି ଘଟଣାରେ ଜଣେ ମହିଳା ଏବଂ ଜଣେ ଯୁବକ ଆଘାତ ହୋଇଥିଲେ । ସେଥିରୁ ଏକ ପଥର ପୂର୍ବତନ ମନ୍ତ୍ରୀ ଅଜୟ ଚନ୍ଦ୍ରାକରଙ୍କ ନିକଟରେ ପହଁଚିଥିଲା । ଏହାକୁ ନେଇ ସେ କହିଥିଲେ ଯେ, ଏହି ଅମାନବୀୟ କାର୍ଯ୍ୟ ହେଉଛି କଂଗ୍ରେସର । ସେ ବିଜେପିର ଉନ୍ନତି କାର୍ଯ୍ୟକୁ ସହ୍ୟ କରିପାରୁନାହିଁ । ଘଟଣାସ୍ଥଳରେ ଅନ୍ୟାନ୍ୟ ମଦ ଦୋକାନ ସେଠାରେ ରହିଛି ସେଥିପାଇଁ କିଏ ଅସାମାଜିକ ତତ୍ତ୍ୱରେ ପଥର ଫୋପାଡି ଦେଇଥିବା ନେଇ ସୂଚନା ମିଳିଛି । କିନ୍ତୁ ବର୍ତ୍ତମାନ ଯାଏଁ ଆସାମୀକୁ ଧରାଯାଇ ନାହିଁ ।

ତେବେ ପୂର୍ବତନ ମନ୍ତ୍ରୀ ଅଜୟ ଚନ୍ଦ୍ରାକର ଏହି ସଭାରେ କହିଛନ୍ତି ଯେ, ଛତିଶଗଡ଼ରେ କଂଗ୍ରେସର ମାଫିଆ ରାଜ ଚାଲି ଆସୁଛି । ସରକାରଙ୍କ ଉପରେ କରଜ ଭାର ଦିନକୁ ଦିନ ବଢିବାରେ ଲାଗିଛି । ସେଥିପାଇଁ ଏପରି ଶାସନ ନ ଚାଲିବା ଦରକାର ଏବଂ କଂଗ୍ରେସ ସରକାରକୁ ହଟାଇବା ଦରକାର । ଲୋକେ ଏଠାରେ ଅମାନସିକତାର ସହ ପଥର ଟେକା ଫିଙ୍ଗୁଛନ୍ତି ସେଥିପାଇଁ ମୁଁ ହେଲମେଟ ପିନ୍ଧିକି ଆସିଛି । ଏନେଇ ପୋଲିସ କର୍ମଚାରୀ ସତର୍କ ରହିବା ଦରକାର ।

Get real time updates directly on you device, subscribe now.