fbpx

(Video) ଅପରିଷ୍କାର ହୋଇଥିଲା ସ୍କୁଲ ଟଏଲେଟ: ନିଜ ହାତରେ ସଫା କଲେ ବିଜେପି ସାଂସଦ

ରୀବା ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଯେଉଁଥିରେ ସେ ହାତରେ ଟଏଲଟ ସଫା କରୁଥିବାର ନଜର ଆସିଛନ୍ତି । ଭିଡିଓକୁ ସାଂସଦ ନିଜେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ଯାହାକୁ  ନେଇ ଲୋକେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

ପ୍ରକୃତରେ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରା ପିଏମ ମୋଦୀଙ୍କ ଜନ୍ମଦିନ ଅବସରରେ ମଉଗଞ୍ଜ ବିଧାନସଭା କ୍ଷେତ୍ରର ହନୁମନା ସ୍ଥିତ ଖଟଖରୀ ଯୁବ ମଣ୍ଡଳ ଦ୍ୱାରା, ବାଳିକା ବିଦ୍ୟାଳୟ ଖଟଖରୀରେ ବୃକ୍ଷାରୋପଣ କାର୍ଯ୍ୟକ୍ରମ ରଖାଯାଇଥିଲା । ଯେଉଁଥିରେ ସାମିଲ ହେବାକୁ ପହଞ୍ଚିଥିଲେ ସାସଂଦ । ଏହି ସମୟରେ ସେ ସ୍କୁଲର ନିରୀକ୍ଷଣ କରୁଥିଲେ । ଆଉ ନିରୀକ୍ଷଣ ସମୟରେ ସ୍କୁଲର ଟଏଲେଟ ଅପରିଷ୍କାର ହୋଇଥିବାର ଦେଖିଥିଲେ ଏବଂ ସେ ତାହାର ସଫା ନିଜ ହାତରେ କରିଥିଲେ । ସାଂସଦଙ୍କ ଏକ ଭିଡିଓ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନାଯୋଗ୍ୟ, ରୀବା ସାଂସଦ ଜନାର୍ଦ୍ଦନ ମିଶ୍ରା ଏହା ପୂର୍ବରୁ ଅନେକ ଥର ଶୌଚାଳୟର ସଫେଇ କରି ସ୍ୱଚ୍ଛତାର ସନ୍ଦେଶ ଦେଇଛନ୍ତି । ୨୦୧୪ ରେ ବିଜେପି ସାଂସଦ ଜନାର୍ଦ୍ଦନ ମିଶ୍ରାଙ୍କୁ ସ୍ୱଚ୍ଛତାର ବ୍ରାଣ୍ଡ ଆମ୍ବାସଡର ମଧ୍ୟ କରାଯାଇଥିଲା । ସାଂସଦ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସବୁବେଳେ ପ୍ରୟାସ କରୁଥିବାର ନଜର ଆସିଛନ୍ତି ।

Get real time updates directly on you device, subscribe now.