fbpx

ବିଜେପି ମହୁଆ ମୈତ୍ରଙ୍କୁ ଲୋକସଭାରୁ ବହିଷ୍କାର କରିବାକୁ ଯୋଜନା କରୁଛି; ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ଓଡିଶା ଭାସ୍କର; ପଶ୍ଚିମବଙ୍ଗର ତ୍ରୁଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ପଛ ଛାଡି ଯାଉନି ବିବାଦ। ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ଛନ୍ଦି ହୋଇ ରହିଛନ୍ତି ସାଂସଦ ମହୁଆ। ଯାହାକୁ ନେଇ ପଶ୍ଚିମବଙ୍ଗ ସାଂସଦ ମହୁଆ ମୈତ୍ର ଏବେ ଜାତୀୟ ରାଜନୀତିରେ ଚର୍ଚ୍ଚାର ବିଷୟ ମଧ୍ୟ ପାଲଟିଛନ୍ତି । ତେବେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ନିରବ ରହୁଥିବା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଶେଷରେ ମୁହଁ ଖୋଲିଥିବା ଦେଖିବାକୁ ମିଳିଛି।

ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଗୁରୁବାର କହିଛନ୍ତି ଯେ ତାଙ୍କ ଦଳର ସାଂସଦ ମହୁଆ ମିତ୍ରଙ୍କୁ ବହିଷ୍କାର କରିବା ପାଇଁ ବିଜେପି ଯୋଜନା ପ୍ରସ୍ତୁତ ହେଉଛି। କିନ୍ତୁ ଏହା ତାଙ୍କୁ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ଅଧିକ ଲୋକପ୍ରିୟ ହେବାରେ ସାହାଯ୍ୟ କରିବ। ସଂସଦରେ ସେ ଯାହା କହୁଥିଲେ, ଏବେ ବାହାରେ କହିବେ। ସାଂସଦ ମୈତ୍ର ଏବଂ ତାଙ୍କ ବିରୋଧରେ ନଗଦ ଟଙ୍କା ଅଭିଯୋଗ ପରେ ଦୀର୍ଘ ସମୟ ନୀରବ ରହିବା ପରେ ଏହା ମମତା ବାନାର୍ଜୀଙ୍କ ପ୍ରଥମ ମନ୍ତବ୍ୟ ଥିଲା। କିନ୍ତୁ ଏହା ପୂର୍ବରୁ ଟିଏମସି ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ନୀରବତା ଅବଲମ୍ବନ କରିଥିଲା । ଫଳରେ ମହୁଆ ଏକୁଟିଆ ପଡ଼ିଯାଇଥିଲେ । ହେଲେ ଏବେ ଧୀରେ ଧୀରେ ମହୁଆଙ୍କୁ ଟିଏମସି ଦଳର ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି।

ସୂଚନା ଯୋଗ୍ୟ, ସଂସଦରେ ଟଙ୍କା ନେଇ ପ୍ରଶ୍ନ ପଚାରିବା ଅଭିଯୋଗରେ ସାଂସଦ ମହୁଆ ମୈତ୍ରଙ୍କ ନାମରେ ମାମଲା ରୁଜୁ ହୋଇଛି । ତେବେ ତାଙ୍କ ବିରୋଧରେ ଆସିଥିବା ଏହି ଅଭିଯୋଗକୁ ନେଇ ଲୋକସଭାର ଏଥିକ୍ସ ବା ନୈତିକତା କମିଟି ତଦନ୍ତ ଜାରି କରିଥିଲା। ଶେଷରେ ତଦନ୍ତ କରି ନିଜର ସୁପାରିଶ ବାଚସ୍ପତିଙ୍କୁ ପ୍ରଦାନ କରିସାରିଛି ଏଥିକ୍ସ ବା ନୈତିକତା କମିଟି। ବିଜେପି ସାଂସଦ ନିଶିକାନ୍ତ ଦୁବେ ଏବଂ ଜୟ ଅନନ୍ତ ଦେହାରାଇଙ୍କ ଅଭିଯୋଗ କ୍ରମେ ଏହି ତଦନ୍ତ ଜାରି ରହିଛି।

Get real time updates directly on you device, subscribe now.