fbpx

ପଞ୍ଚାୟତିରାଜ ଦିବସ ନୁହେଁ, ପାଳନ ହେବ ଭ୍ରଷ୍ଟାଚାର ଦିବସ: ବିଜେପି

ଭୁବନେଶ୍ୱର: ଆସନ୍ତାକାଲି ସାରା ରାଜ୍ୟରେ ପାଳନ ହେବ ପଞ୍ଚାୟତିରାଜ ଦିବସ । କିନ୍ତୁ ଏହାକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବିଜେପି । ଏ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଏବେ ସାରା ଓଡଇଶା ଏକ ଭ୍ରଷ୍ଟାର, ଅନ୍ୟାୟ ଏବଂ ଅନୀତିର ଅଳିଆ ଗଦା ଉପରେ ଛିଡା ହୋଇଛି । ତେଣୁ ଏହାକୁ ଦିନକୁ ପଞ୍ଚାୟତିରାଜ ଦିବସ ରୂପେ ପାଳନ କରାଯିବା ଉଚିତ ନୁହେଁ ।

ପୃଥ୍ୱୀରାଜ କହିଛନ୍ତି ଯେ, ରାଜ୍ୟର ପଞ୍ଚାୟତିରାଜ ବ୍ୟବସ୍ଥାରେ ପ୍ରତ୍ୟେକ ବର୍ଷ ୫ହଜାର କୋଟି ଦୁର୍ନୀତି ହେଉଛି । ଏଥଇପାଇର୍ ସାରା ରାଜ୍ୟବାସୀଙ୍କ ଆଖିରୁ ଲୁହ ଶୁଖୁନି । ପଞ୍ଚାୟତିରାଜ ଦିବସ ପାଳନ କରିବା ନାଁରେ ରାଜ୍ୟ ସରକାର ଏକ ପ୍ରହସନ କରୁଛନ୍ତି ବୋଲି ସେ ବୟାନ ଦେଇଛନ୍ତି । ସମଗ୍ର ଦେଶରେ ଏପ୍ରିଲ ୨୪ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ବେଳେ ଏକମାତ୍ର ରାଜ୍ୟ ଭାବରେ ଓଡିଶା ଏହାକୁ ମାର୍ଚ୍ଚ ୫ ତାରିଖରେ ପାଳନ କରୁଛି । ଓଡିଶାର ଏହି ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଭ୍ରଷ୍ଟାଚାରର କେନ୍ଦ୍ରବିନ୍ଦୁ ପାଲଟିଛି ।

ରାଜନୀତି ପଶାପାଳିରେ ଫସି ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ଛନ୍ଦି ହେବାରେ ଲାଗିଛି । ପଞ୍ଚାୟତରେ କ’ଣ ହେବ କ’ଣ ନାହିଁ, ସେସବୁ ନିଷ୍ପତ୍ତି ଶାସକ ଦଳର ବିଧାୟକ ମାନେ ନିର୍ଣ୍ଣୟ କରୁଛନ୍ତି । ଏବେ ଏହି ବ୍ୟସ୍ଥା ସମ୍ପୂର୍ଣ୍ଣ ଭାବରେ ଭ୍ରଷ୍ଟାଚାରରେ ବୁଡି ରହିଛନ୍ତି ବୋଲି କହିଛନ୍ତି ପୃଥ୍ୱୀରାଜ । ତେଣୁ ବିଜେପି ଏହାର ଘୋର ନିନ୍ଦା କରିବା ସହ ଏହାକୁ ବିରୋଧ କରୁଛି । ପଞ୍ଚାୟତିରାଜ ବ୍ୟବସ୍ଥାକୁ ବିରୋଧ କରି ବିଜେପି ଆସନ୍ତା କାଲି ୩୧୪ଟି ବ୍ଲକ ଆଗରେ ଭଷ୍ଟାଚାର ଦିବସ ପାଳନ କରିବ ବୋଲି ଚେତାବନୀ ଦେଇଛି । ହାତରେ କଳା ପଟଇ ବାନ୍ଧି ବିଜେପି ପଞ୍ଚାୟତିରାଜ ଦିବସକୁ ଭ୍ରଷ୍ଟାଚାର ଦିବସ ରୂପେ ପାଳନ କରିବ ବୋଲି କହିଛନ୍ତି ପୃଥ୍ୱୀରାଜ ହରିଚନ୍ଦନ ।

Get real time updates directly on you device, subscribe now.