fbpx

ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ; ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ

Advertisement

ଭୁବନେଶ୍ୱର: (ଓଡ଼ଶା ଭାସ୍କର) ଟିଟିଲାଗଡ଼ ବିଧାନସଭାରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ନବୀନ ଜୈନ ବିଜୟୀ । ବିଜେଡିର ଟୁକୁନି ସାହୁଙ୍କୁ ହରାଇଲେ ନବୀନ । ଆଜି ସକାଳ ଆଠରୁ ରାଜ୍ୟର ବିଭିନ୍ନ ଭୋଟ ଗଣତି କେନ୍ଦ୍ରରେ ଲୋକସଭା ଏବଂ ଓଡ଼ିଶା ବିଧାନସଭା ପାଇଁ ଗଣତି ଆରମ୍ଭ ହୋଇଛି । ସକାଳ ୮ଟାରୁ ଭୋଟ ଗଣନା ଆରମ୍ଭ ହୋଇଥିବସବେଳେ ଓଡ଼ିଶା ନିର୍ବାଚନର ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ।

ଭୋଟ ଗଣତି ସମୟରେ ପ୍ରତିଟି ଆସନରେ ପ୍ରତି ମୁହୂର୍ତ୍ତରେ ବଦଳୁଛି ଟ୍ରେଣ୍ଡ, କେତେବେଳେ ବି ବଦଳି ପାରେ ବାଜି । କିନ୍ତୁ ଏଥର ପିଜେପି ଆଗରେ ରହୁଥିବା ଦେଖିବାକୁ ମିଳୁଛି । ଓଡ଼ିଶା ରାଜନୀତିରେ ନବୀନ ଯୁଗର ଅବସାନ ହେବାର ସମୟ ଆସିଯାଇଛି ବୋଲି କୁହାଯାଇପାରେ । ଓଡ଼ିଶା ବିଧାନସଭାକୁ ନେଇ ଯେଉଁ ତଥ୍ୟ ଆସିଛି ତାହା ଅନେକାଂଶରେ ସତ ପରି ଲାଗୁଛି ।

Get real time updates directly on you device, subscribe now.