fbpx

ତ୍ରିପୁରା ବିଧାନସଭା ଉପନିର୍ବାଚନ: ୩ଟି ସିଟରେ ବିଜେପିର ବାଜିମାତ, ଜିତିଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ତ୍ରିପୁରା ବିଧାନସଭା ଉପନିର୍ବାଚନରେ ବିଜେପି ବାଜିମାତ କରିଛି । ୪ଟି ସିଟରୁ ୩ଟିରେ ଭାରତୀୟ ଜନତା ପାର୍ଟି ବିଜୟର ମୁକୁଟ ପିନ୍ଧିଛି । ମୁଖ୍ୟମନ୍ତ୍ରୀ ମାନିକ ସାହା ବର୍ଦୋଲି ନିର୍ବାଚନ ମଣ୍ଡଳୀରୁ ବିଜୟ ଲାଭ କରିଛନ୍ତି । ଏଥିସହିତ ବିଜେପି ଯୁବରାଜନଗର ଓ ସୁର୍ମା ଆସାନ ନିଜ ହାତକୁ ନେବାରେ ସକ୍ଷମ ହୋଇଛି ।

ତେବେ ମୁଖ୍ୟମନ୍ତ୍ରୀ ଶ୍ରୀ ସାହାଙ୍କ ବିଜୟ ପରେ ବିଜେପି କାର୍ଯ୍ୟକର୍ତ୍ତା ଓ ସମର୍ଥକମାନେ ବିଜୟ ଉତ୍ସବ ପାଳନ କରିଛନ୍ତି । ସାହା ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସର ଆଶିଷ କୁମାର ସାହାଙ୍କୁ ୬ ହଜାରରୁ ଅଧିକ ଭୋଟରେ ପରାସ୍ତ କରିଛନ୍ତି । ମୁଖ୍ୟମନ୍ତ୍ରୀ ପଦରେ ରହିବା ପାଇଁ ସାହାଙ୍କୁ ଏହି ଉପନିର୍ବାଚନରେ ଜିତିବା ଜରୁରୀ ଥିଲା ।

ଆଜି ସକାଳ ୮ଟାରୁ ଉପନିର୍ବାଚନର ଭୋଟ ଗଣତି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବର୍ଦୋଲି, ସୁର୍ମା ଓ ଯୁମରାଜନଗର ଆସନ ପାଇଁ ଗତ ୨୩ ତାରିଖରେ ଭୋଟ ଗ୍ରହଣ କରାଯାଇଥିଲା । ମୋଟ ୭୮ ପ୍ରତିଶତ ଭୋଟ ହୋଇଥିବା ବେଳେ ୧ ଲକ୍ଷ ୮୯ ହଜାରରୁ ଅଧିକ ଲୋକ ସେମାନଙ୍କର ମତଦାନ କରିଥିଲେ ।

Get real time updates directly on you device, subscribe now.