ନୂଆଦିଲ୍ଲୀ: ପାଖେଇ ଆସିଲାଣି ଲୋକସଭା ନିର୍ବାଚନ । ଏହା ପୂର୍ବରୁ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥିମଧ୍ୟରେ ବିଜେପି ମଧ୍ୟ ପ୍ରାକ୍ ନିର୍ବାଚନୀ ପ୍ରସ୍ତୁତି ପାଇଁ ଅଣ୍ଟା ଭିଡ଼ିଛି । ବିଜେପି ଏହାର ଏକ ସରକାରୀ ଅଭିଯାନ ୨୦୨୪(BJP Election Campaign 2024) ‘ଦି ନମୋ ମର୍ଚାଣ୍ଡାଇଜ୍’(#NaMoMerchandise) ଲଞ୍ଚ୍ କରିଛି । ଏହା ଅନ୍ତର୍ଗତ ଅନେକ ସାମଗ୍ରୀରେ ମୋଦୀ ସରକାରକୁ ସମର୍ଥନ କରୁଥିବା ସ୍ଲୋଗାନ୍ ଲେଖାଯାଇଛି । ଏହା ବିଶେଷ କରି NaMo ଆପରେ ଉପଲବ୍ଧ ଅଟେ ।
ବିଜେପିର ‘ଦି ନମୋ ମର୍ଚାଣ୍ଡାଇଜ୍’ ଅଭିଯାନ ଅନ୍ତର୍ଗତ ଟି-ସାର୍ଟ, କଫି ମଗ୍, ଟୋପି, ବ୍ୟାଜ୍, ଷ୍ଟୋସନାରୀ, ଷ୍ଟିକର, ଫ୍ରିଜ୍ ମ୍ୟାଗନେଟ୍ ଭଳି ଅନେକ ସାମଗ୍ରୀ ସାମିଲ ଅଛି । ଏହି ସବୁ ସାମଗ୍ରୀରେ ‘ଅବ୍ କି ବାର ୪୦୦ ପାର୍’, ‘ଫିର୍ ଏକ ବାର୍ ମୋଦୀ ସରକାର’, ‘ମୋଦୀ କି ଗ୍ୟାରେଣ୍ଟି’, ‘ମେଦୀ ହୈ ତୋ ମୁମକିନ୍ ହୈ’ ଭଳି ଲୋକପ୍ରିୟ ସ୍ଲୋଗାନ୍ ଲେଖା ହୋଇଛି । ଗତ ଦଶନ୍ଧିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ପ୍ରତିଶ୍ରୁତି ପୂରଣ କରିବାର ଟ୍ରାକ୍ ରେକର୍ଡ଼ ଏବଂ ମୋଦୀ ସମର୍ଥକଙ୍କ ବିଶ୍ୱାସକୁ ଆଧାର କରି ଏହି ଅଭିଯାନ ଉପରେ ଜୋର ଦିଆଯାଇଛି ।