fbpx

ଦେଶରେ ବ୍ଲାକ୍ ଫଙ୍ଗସର ମୋଟ ମାମଲା ୧୧,୭୧୭ ଛୁଇଁଲା

ନୂଆଦିଲ୍ଲୀ : ଦେଶରେ ବ୍ଲାକ୍ ଫଙ୍ଗସ୍ ମାମଲା ବୃଦ୍ଧି ପାଇବାରେ ଲାଗିଛି । ବୁଧବାର ବ୍ଲାକ୍ ଫଙ୍ଗସ୍ ର ମୋଟ ମାମଲା ସଂଖ୍ୟା ୧୧ ହଜାର ୭୧୭ ହୋଇଯାଇଛି । ଏହା ଦିନକୁ ଦିନ ଆହୁରି ବଢ଼ୁଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଚିହ୍ନଟ ହୋଇଥିବା ମୋଟ ମାମଲାରୁ ସବୁଠାରୁ ଅଧିକ ରହିଛି ଗୁଜୁରାଟରେ । ଏହି ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨ହଜାର ୮୫୯ ମାମଲା ଚିହ୍ନଟ ହୋଇଛି । ବର୍ତ୍ତମାନ ସମୟରେ ବ୍ଲାକ୍ ଫଙ୍ଗସ୍ ରୁ ମୁକ୍ତି ପାଇବା ପାଇଁ ଚେଷ୍ଟା ଚଲାଇଛନ୍ତି କେନ୍ଦ୍ର ସରକାର । ଏଥିପାଇଁ ଏବେ ମେଡିସିନ୍ ର ବ୍ୟବସ୍ଥା କରାଯାଇଛି । ଏହା ଏକ ଫଙ୍ଗଲ୍ ଇନଫେକ୍ସନ୍ ହୋଇଥିବା ବେଳେ ଏଥିପାଇଁ ଉପଯୁକ୍ତ ମେଡିସିନ୍ ଯାହା କି ଏମ୍ଫୋଟେରିସିନ୍-ବି ର ୨୯ ହଜାର ୨୫୦ ଟି ଶିଶି ଆବଣ୍ଟିତ ହୋଇଛି । ତେବେ ଏହାର ଆବଣ୍ଟନ୍ ଆକ୍ରାନ୍ତ ହୋଇଥିବା ରୋଗୀଙ୍କ ଆଧାରରେ କରାଯାଇଛି । ଆଗକୁ ସଂକ୍ରମିତ ଯଦି ବୃଦ୍ଧି ହୁଅନ୍ତି ତେବେ ଏହାର ମେଡିସିନ୍ ଆବଣ୍ଟନ ମଧ୍ୟ ବୃଦ୍ଧି ପାଇବ ।

Get real time updates directly on you device, subscribe now.