fbpx

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାବିଡ, ପ୍ରଥମ ଥର ଦିନିକିଆରେ ହୋଇଥିଲା ୩୦୦ ରନର ଭାଗିଦାରୀ

ନୂଆଦିଲ୍ଲୀ: ଦିିନିକିଆ କ୍ରିକେଟରେ ୧୦ ହଜାରରୁ ଉର୍ଦ୍ଧ୍ୱ ରନ କରିଥିବା ସୌରଭ ଗାଙ୍ଗୁଲି ଓ ରାହୁଲ ଦ୍ରାବିଡ ଅନେକ ଥର ବିରୋଧୀ ଦଳୁ ନାକେଦମ କରିଛନ୍ତି । ଆଜକୁ ଠିକ୍ ୨୨ ବର୍ଷ ପୂର୍ବେ ୧୯୯୯ ବିଶ୍ୱ କପରେ ଗାଙ୍ଗୁଲି ଓ ଦ୍ରାବିଡ ଶ୍ରୀଲଙ୍କା ବିପକ୍ଷରେ ୩୧୮ ରନର ରେକର୍ଡ ଭାଗିଦାରୀ କରିଥିଲେ । ସେହି ସମୟରେ ଦିନିକିଆ କ୍ରିକେଟ୍ ଇତିହାସରେ କୌଣସି ୱିକେଟ୍ ପାଇଁ ଏହା ସବୁଠୁ ବଡ ଭାଗିଦାରୀ ଥିଲା । ଏହି ବିଶ୍ୱ କପର ପ୍ରଥମ ଦୁଇଟି ମ୍ୟାଚରେ ଭାରତୀୟ ଦଳ ଦକ୍ଷିଣ ଆଫ୍ରିକା ଓ ଜିମ୍ବାୱେ ନିକଟରୁ ପରାସ୍ତ ହୋଇଥିଲା । ତୃତୀୟ ମ୍ୟାଚ୍ ଭାରତ ପାଇଁ ଜିତିବା ଅତି ଜରୁରି ଥିଲା । ସାମ୍ନାରେ ଥିଲା ୧୯୯୬ ବିଶ୍ୱ କପ୍ ବିଜେତା ଶ୍ରୀଲଙ୍କା ।

ଶ୍ରୀଲଙ୍କାର ଅଧିନାୟକ ଅର୍ଜୁନ ରଣତୁଙ୍ଗା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଭାରତ ଆରମ୍ଭରୁ ୫ ରନ ସ୍କୋରରେ ଓପନର ସଦଗୋପନ ରମେଶଙ୍କ ୱିକେଟ୍ ହରାଇଥିଲା । ଏହା ପରେ ଗାଙ୍ଗୁଲିଙ୍କ ସହ ଯୋଗ ଦେଇଥିଲେ ରାହୁଲ ଦ୍ରାବିଡ । ଗାଙ୍ଗୁଲି ଉକ୍ତ ମ୍ୟାଚ ରେ ୧୫୮ ବଲରୁ ୧୭ ଚୌକା ଓ ୭ ଛକା ବଳରେ ୧୮୩ ରନର ଦମଦାର ଇନିଂସ ଖେଳିଥିଲେ । ଏହା ତାଙ୍କ ଦିନିକିଆ କ୍ରିକେଟରେ ସବୋର୍ଚ୍ଚ ସ୍କୋର । ଗାଙ୍ଗୁଲି ଏହି ସମୟରେ କପିଲ ଦେବଙ୍କ ରେକର୍ଡ ଭାଙ୍ଗିଥିଲେ । କପିଲ ୧୯୮୩ ବିଶ୍ୱ କପରେ ୧୭୫ ରନର ଇନିଂସ ଖେଳିଥିଲେ । ଅନ୍ୟପଟେ ରାହୁଲ ଦ୍ରାବିଡ ୧୨୯ ବଲରୁ ୧୪୫ ରନ କରି ପାଭିଲିୟନ ଫେରିଥିଲେ । ଏଥିରେ ୧୭ ଚୌକା ଓ ଏକ ଛକା ସାମିଲ । ଗାଙ୍ଗୁଲି ଓ ଦ୍ରାବିଡଙ୍କ ମଧ୍ୟରେ ଦ୍ୱିତୀୟ ୱିକେଟରେ ୩୧୮ ରନର ଭାଗିଦାରୀ ହୋଇଥିଲା ।

ଭାରତୀୟ ଦଳ ଗାଙ୍ଗୁଲି ଓ ଦ୍ରାବିଡଙ୍କ ଦମଦାର ଇନିଂସ ସହାୟତାରେ ୫୦ ଓଭରରେ ୬ ୱିକେଟ ହରାଇ ୩୭୩ ରନର ବିଶାଳ ସ୍କୋର କରିଥିଲା । ଜବାବରେ ଶ୍ରୀଲଙ୍କା ୨୧୬ ରନରେ ଅଲଆଉଟ୍ ହୋଇଥିଲା ଏବଂ ଭାରତ ଏହି ମ୍ୟାଚକୁ ୧୫୭ ରନର ବିଶାଳ ବ୍ୟବଧାନରେ ଜିତି ନେଇଥିଲା । ରବିନ ସିଂହ ୯.୩ ଓଭରରେ ୩୧ ରନ ଦେଇ ୫ ୱିକେଟ୍ ନେଇଥିଲେ ।

ଦିନିକିଆ କ୍ରିକେଟରେ ବଡ ଭାଗିଦାରୀ

୧ – କ୍ରିସ ଗେଲ୍ ଓ ମାର୍ଲନ ସାମୁଏଲ୍ସ (ୱେଷ୍ଟଇଣ୍ଡିଜ)- ୩୭୨ ରନ
୨ – ଜନ କ୍ୟାମ୍ପବେଲ ଓ ସାଇ ହୋପ (ୱେଷ୍ଟଇଣ୍ଡିଜ)- ୩୩୧ ରନ
୩ – ରାହୁଲ ଦ୍ରାବିଡ ଓ ସୌରଭ ଗାଙ୍ଗୁଲି(ଭାରତ) – ୩୧୮ ରନ
୫ – ଇମାମ ଉଲ ହକ ଓ ଫକର ଜମାନ (ପାକିସ୍ତାନ) – ୩୦୪ ରନ

Get real time updates directly on you device, subscribe now.