fbpx

ବାତ୍ୟା କାରଣରୁ ଦୃଶ୍ୟମାନ ହେବନି ସୁପର୍ ବ୍ଲଡ୍ ମୁନ୍, ବାଦଲ ଓ ବର୍ଷାରେ ଢ଼ାଙ୍କି ହୋଇ ରହିବ ଆକାଶ

ନୂଆଦିଲ୍ଲୀ : ମେ ୨୬ ତାରିଖ ଅର୍ଥାତ୍ ଆଜି ସୁପର୍ ବ୍ଲଡ୍ ମୁନ୍ ଆକାଶରେ ଦୃଶ୍ୟମାନ ହେବ । ଆଜି ସୂର୍ଯ୍ୟ, ପୃଥିବୀ ଓ ଚନ୍ଦ୍ର ଏକ ସରଳରେଖାରେ ରହିବେ । ତେଣୁ ପୃଥିବବୀର ଲୋକମାନଙ୍କୁ ପୂର୍ଣ୍ଣ ଚନ୍ଦ୍ର ଦୃଶ୍ୟମାନ ହେବ । ଆଉ ଚନ୍ଦ୍ରଗ୍ରହଣ ହେବ । ହେଲେ ଏହାକୁ ଦେଖିବାରୁ ବଞ୍ଚିତ ହେବେ କାରଣ ଘୂର୍ଣ୍ଣିବଳୟ ୟଶ୍ କାରଣରୁ ଆକାଶରେ ମେଘ ଢ଼ାଙ୍କି ହୋଇରହିବ । ତେଣୁ ଏହି ଭୌଗୋଳିକ ତଥା ଦୁର୍ଲଭ ଦୃଶ୍ୟକୁ ଲୋକମାନେ ଦେଖିବାର ସୁଯୋଗ ପାଇବେ ନାହିଁ । ଆଜି ବାତ୍ୟା ୟଶ୍ ଓଡିଶା ଓ ପଶ୍ଚିମବଙ୍ଗ ଉପରେ ପ୍ରଭାବ ଜାରି ରଖିଛି । ତେଣୁ ଆସନ୍ତାକାଲି ପର୍ଯ୍ୟନ୍ତ ଆକାଶ ମେଘୁଆ ରହିବା ସହିତ ପ୍ରବଳ ବର୍ଷା ମଧ୍ୟ ଲାଗି ରହିବ । ତେବେ ଗ୍ରହଣର ଆଶିଂକ ଚରଣ ଭାରତୀୟ ସମୟାନୁସାରେ ଦ୍ୱିପହର ୩ଟା ୧୫ ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୨୩ ରେ ସମାପ୍ତ ହେବ ।

କିପରି ହୁଏ ପୂର୍ଣ୍ଣ ଚନ୍ଦ୍ର ଗ୍ରହଣ

ସୂର୍ଯ୍ୟ ପରିକ୍ରମା କରିବା ବେଳେ ଯେତେବେଳେ ପୃଥିବୀ, ଚନ୍ଦ୍ର ଏବଂ ସୂର୍ଯ୍ୟ ମଝିରେ ଚାଲି ଆସେ ସେତେବେଳେ ଚନ୍ଦ୍ର, ପୃଥିବୀର ଛାୟା ରେ ଅନ୍ଧକାର ହୋଇଯାଏ । ଏହି ସମୟରେ ସୂର୍ଯ୍ୟ, ପୃଥିବୀ ଏବଂ ଚନ୍ଦ୍ର ଏକଦମ୍ ସିଧା ରହିଥାନ୍ତି । ଆଉ ଏହି ସମୟରେ ଯେତେବେଳେ କୌଣସି ଲୋକ ଚନ୍ଦ୍ରକୁ ଦେଖେ ତ ସେତେବେଳେ ତାକୁ ଚନ୍ଦ୍ର କଳା ନଜର ଆସେ । ତେଣୁ ଏହାକୁ ଚନ୍ଦ୍ରଗ୍ରହଣ ବୋଲି କୁହାଯାଏ । ଖାଲି ସେତିକି ନୁହେଁ ଆପଣ ମାନେ ଅନ୍ୟ ଦିନରେ ଦେଖୁଥିବା ଚନ୍ଦ୍ରଠାରୁ ଏହା ଆଜି ଟିକେ ବଡ ଦେଖାଯିବ । କାରଣ ଚନ୍ଦ୍ର ଆଜି ପୃଥିବୀର ସବୁଠାରୁ ପାଖକୁ ଚାଲି ଆସିବ ।

Get real time updates directly on you device, subscribe now.