fbpx

ଧିରେ ଧିରେ ଖୋଲୁଛି ରହସମୟୀ ବ୍ଲାକମେଲରଙ୍କ ଗୁମର: ଭାଇରାଲ ହେଉଛି ଭିଡିଓ

ଭୂବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ରହସ୍ୟମୟୀ ମହିଳାଙ୍କ ଭିଡିଓ ଭାଇରାଲ ହେବାର ଲାଗିଛି । ଯେଉଁ ଭିଡିଓରେ ଜଣେ ମହିଳା ଓ ପୁରୁଷଙ୍କ ସହ ସେ ଥିବା ଜଣାପଡିଛି । ତେବେ ସେହି ଭିଡିଓରେ ସେହି ମହିଳା କୌଣସି ଏକ ହୋଟେଲରେ ବସି ଡିଲ କରୁଥିବା କଥା ଜଣାପଡୁଛି । ବ୍ଲାକମେଲିଂ ପରେ ସେ ଏହି ସବୁ ଡିଲ କରୁଥିବା ଭାଇରାଲ ଭଡିଓରୁ ଜଣା ପଡିଛି । ଯାହାକି ବର୍ତ୍ତମାନ ପୋଲିସ ହାତରେ ଧରା ପଡିଛି ।

ତେବେ ଏହି ରହସ୍ୟମୟୀ ବ୍ଲାକମେଲ ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତି ଏବଂ ରାଜନେତାଙ୍କୁ ବ୍ଲାକମେଲ ନେଇ ଅଭିଯୋଗ ଆସିଥିଲା । ପ୍ରଯୋଜକଙ୍କୁ ଟଙ୍କା ମାଗୁଥିବା ଅଡିଓ ମଧ୍ୟ ଭାଇରାଲ ହୋଇଲା । ସେକ୍ସ ସ୍କାଣ୍ଡାଲର ମଧ୍ୟସ୍ଥତା ପାଇଁ ମଧ୍ୟ ଟଙ୍କା ମାଗୁଥିଲା । ଏତତ୍ ବ୍ୟତୀତ ସୁନା ଦୋକାନ ମାଲିକଙ୍କଠାରୁ ମଧ୍ୟ କୋଟିକୋଟି ଟଙ୍କା ନେଇଛି । ଏନେଇ ବିଭିନ୍ନ ଥାନାରେ ଏତଲା ହୋଇଥିଲା | ପରେ ଖଣ୍ଡଗିରି ପୋଲିସ ଏହି ଅଭିଯୋଗକୁ ଆଧାର କରି ସେହି ରହସ୍ୟମୟୀ ଯୁବତୀଙ୍କୁ ଗିରଫ କରିଥିଲେ |

ଏତତ୍ ବ୍ୟତୀତ ଏହି ରହସ୍ୟମୟୀ ବ୍ଲାକମେଲର ଅର୍ଚ୍ଚନା ନିଜକୁ ଓକିଲ ପରିଚୟ ଦେବା ସହ ରାଜନୈତିକ ଦଳର ସଦସ୍ୟ ବୋଲି କହୁଥିଲା । ଏହାପରେ ଘରକୁ ଡାକି ଅନୈତିକ ସମ୍ପର୍କ ରଖି କ୍ୟାମେରା ଲଗାଇ ରେକର୍ଡ଼ିଂ କରୁଥିଲା । ପରେ ଏହି ରହସ୍ୟମୟୀ ମହିଳା ସିକ୍ରେଟ ଫଟୋ ଦେଖାଇ ବ୍ଲାକମେଲିଂ କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ଅର୍ଚ୍ଚନାଙ୍କ ଟାର୍ଗେଟରେ ଥିଲେ ପ୍ରଯୋଜକ,ପୋଲିସ ଓ ବ୍ୟବସାୟୀ । ତେବେ ଏହି ଘଟଣା ଜଣାପଡିବା ପରେ ରହସ୍ୟମୟୀ ମହିଳାଙ୍କୁ ଖଣ୍ଡଗିରି ପୋଲିସ ଗରିଫ କରିଥିଲା । ଯାହାର ଭିଡିଏ ବର୍ତ୍ତମାନ ଭାଇରାଲ ହେବାର ଲାଗିଛି । ଅନ୍ୟପଟେ ଏହି ମାମଲାରେ ଅକ୍ଷୟ ପରିଜାଙ୍କ ସଂପୃକ୍ତି ଥିବା ସନ୍ଦେହ କରାଯାଇଛି । ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ ଅକ୍ଷୟ ପରିଜା । ବ୍ଲାକମେଲିଂର ଶିକାର ହେବା ନେଇ ସେ ଏତଲା ଦେଇଥିଲେ ।

Get real time updates directly on you device, subscribe now.