fbpx
BJD SKY
BJD SKY

ଆରପାରିରେ ଲେଡି ରେସଲର ସାରା ଲି: ଦୁଇ ଦିନ ପୂର୍ବରୁ ଇନଷ୍ଟାଗ୍ରାମରେ କରିଥିଲେ ଏମିତି ପୋଷ୍ଟ

BJD

ନୂଆଦିଲ୍ଲୀ: ଦୁନିଆର ସବୁଠାରୁ ଫେମସ ରେସଲିଂ ସୋ WWE ର ଲେଡି ରେସଲରଙ୍କର ଆସିଛି ମୃତ୍ୟୁର ଖବର । ଆଉ ରିଙ୍ଗରେ ଦେଖିବାକୁ ମିଳିବନି ଲେଡି ରେସଲର ସାରା ଲି ଙ୍କ କୁସ୍ତିର ସେହି ଚିକ୍ରାର । ମାତ୍ର ୩୦ ବର୍ଷ ବସୟରେ ପୂର୍ବତନ WWE ରେସଲର ସାରା ଦୁନିଆରୁ ବିଦାୟ ନେଇଛନ୍ତି । ତାଙ୍କ ମୃତ୍ୟୁ ଫ୍ୟାନ୍ସଙ୍କୁ ହତବାକ କରିଦେଇଛି । ସାରାଙ୍କ ମା’ ଟେରି ଲି ସୋସିଆଲ ମିଡିଆରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ କେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେ ନେଇ କିଛି ସ୍ପଷ୍ଟ ହୋଇନାହିଁ । ସେ ଦୀର୍ଘ ଦିନ ହେଲା କୌଣସି ଅଜଣା ରୋଗରେ ପୀଡ଼ିତ ଥିବା କୁହାଯାଉଛି । ହେଲେ ମାତ୍ର ଦୁଇ ଦିନ ତଳେ ସେ ଏଥିରୁ ସୁସ୍ଥ ହେଉଥିବା ସାରା ନିଜେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ।

୧୯୯୨ ମସିହାରେ ଜନ୍ମ ଗ୍ରହଣ କରିଥିବା ସାରାଙ୍କ ସ୍ୱାମୀ ମଧ୍ୟ ଜଣେ ରେସଲର । ସ୍ୱାମୀ ୱେଷ୍ଟିନ ବ୍ଲାକେ ଓ ୩ ପିଲାଙ୍କୁ ନେଇ ସାରାଙ୍କ ସୁଖର ସଂସାର ଚାଲିଥିଲା । ହେଲେ କ୍ରୀଡ଼ା ଓ ଏଣ୍ଟରଟେନମେଣ୍ଟ ପାଇଁ ବିଶ୍ୱରେ ନିଜର ପରିଚୟ ସୃଷ୍ଟି କରିଥିବା ସାରା ହଠାତ୍ ସମସ୍ତଙ୍କୁ ଛାଡ଼ି ଚାଲି ଯାଇଛନ୍ତି । ସାରାଙ୍କ ମା’ ସୋସିଆଲ ମିଡିଆ ପୋଷ୍ଟରେ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ସେ ଲେଖିଛନ୍ତି, “ଅତ୍ୟନ୍ତ ଦୁଃଖର ସହ କହିବାକୁ ଚାହୁଁଛି ଯେ ଆମ ସାରା ୱେଷ୍ଟନ ଏବେ ଯୀଶୁଙ୍କ ପାଖକୁ ଚାଲି ଯାଇଛି । ଆମେ ସମସ୍ତେ ସ୍ତବ୍ଧ ଓ କୌଣସି ପ୍ରକାରର ବ୍ୟବସ୍ଥା ମଧ୍ୟ ହୋଇନାହିଁ । ପରିବାର ଲୋକଙ୍କୁ ସମ୍ମାନର ସହ ଶୋକ ପ୍ରକାଶ କରିବା ପାଇଁ ଆପଣମାନେ ଅନୁମତି ଦିଅନ୍ତୁ ।”

ସାରାଙ୍କ ଅକାଳ ବିୟୋଗ ସମ୍ପୂର୍ଣ୍ଣ ରେସଲିଂ ଜଗତକୁ ସ୍ତବ୍ଧ କରି ଦେଇଛି । ଏଥିସହ ଅନେକ ଲୋକ ଶୋକ ପ୍ରକାଶ କରିବା ମଧ୍ୟ ଆରମ୍ଭ କରିଛନ୍ତି । ଡଡଋ ରେସଲର ନିଖି ଅଶ ସୋଶାଲ ମିଡିଆରେ ସାରଙ୍କ ସହ ଉଠାଇଥିବା କିଛି ଫଟୋ ଶେୟାର କରିଛନ୍ତି । ସେ ଲେଖିଛନ୍ତି, ତୁମେ ଅନେକ ମାଧ୍ୟମରେ ବହୁତ ଭଲ । ତୁମେ ତମ ବନ୍ଧୁ ଓ ପରିବାର ଲୋକଙ୍କୁ ବହୁତ ଭଲ ପାଉଥିଲ । ତୁମେ ଜଣେ ଭଲ ମଣିଷ ଥିଲ । ତୁମ ମନରେ ସ୍ୱାର୍ଥ ନଥିଲା । ଆଇ ଲଭ ୟୁ ସାରା ବୋଲି ସେ ଲେଖିଛନ୍ତି ।

Get real time updates directly on you device, subscribe now.