fbpx
BJD SKY
BJD SKY

ଦୀପାବଳିର ଧମାକା ଅଫର :୧୦୦ ଟଙ୍କାରେ ଖାଇବା ତେଲ ସହ ମିଳିବ ଏହି ୩ ଟି ଜିନିଷ

BJD

ନୂଆଦିଲ୍ଲୀ: ବର୍ତ୍ତମାନ ପାର୍ବଣ ଋତୁ ଚାଲିଥିବା ବେଳେ ଅନଲାଇନ୍ ଏବଂ ଅଫ ଲାଇନରେ ବିଭିନ୍ନ ପ୍ରକାର ଅଫର ଚାଲିଛି । ତେବେ ଆଗକୁ ଆଲୋକର ପର୍ବ ଦୀପାବଳି ଥିବାବେଳେ ବର୍ତ୍ତମାନ ଏହାର ମଧ୍ୟ ଅଫର ଚାଲିଛି । ଯାହାଫଳରେ ଲୋକେ ଅଧିକରୁ ଅଧିକ ଜିନିଷ ସପିଙ୍ଗ କରି ପାରିବେ । ତେବେ ଏହି ଦୀପାବଳିରେ ରାସନ ସାମଗ୍ରୀକୁ ନେଇ ମଧ୍ୟ ଧମାକାଦାର ଅଫର ଆସିଛି । ଯାହାଫଳରେ ଆପଣ ଦୀପାବଳିରେ ଘରକୁ ଅଧିକରୁ ଅଧିକ ସାଗ୍ରୀ ଆଣି ପାରିବେ । ତେବେ ଏହି ଅଫର କେବଳ ଦୀପାବଳି ପାଇଁ ଉପଲବ୍ଧ ରହିବ ।

୧୦୦ ଟଙ୍କାରେ ମିଳିବ ରାସନ: ପ୍ରକୃତରେ ମହାରଷ୍ଟ୍ର ମନ୍ତ୍ରାଳୟ ସାରା ରାଜ୍ୟରେ ରାସନ କାର୍ଡଧାରିଙ୍କ ପାଇଁ ଆଗକୁ ଆସୁଥିବା ଦୀପାବଳି ଉତ୍ସବରେ ୧୦୦ ଟଙ୍କାରେ ରାସନ ସାମଗ୍ରୀ ଦେବାକୁ ନିଷ୍ପତ୍ତି ନେଇଛନ୍ତି ।ଯାହାକି କେବଳ ଦୀପାବଳି ପର୍ଯ୍ୟନ୍ତ ଉପଲବ୍ଧ ହେବ । ତେବେ ଏହି ୧୦୦ ଟଙ୍କାରେ ୧ କିଲୋ ସୁଜି, ବାଦାମ, ଖାଇବା ତେଲ ଏବଂ ହରଡ ଡାଲି ସାମିଲ ରହିଛି । ତେବେ ମହାରଷ୍ଟ୍ରରେ ରାସକାର୍ଡଧାମୀମାନେ ଏହି ଅଫରର ସୁଯୋଗ ୩୦ ଦିନ ଅର୍ଥାତ ଏକ ମାସ ମଧ୍ୟରେ ଭିତରେ ଯେକୌଣସି ଗୋଟିଏ ଦିନ ନେଇ ପାରିବେ ।

ଲକ୍ଷ ଲକ୍ଷ ଲୋକ ଉପକୃତ ହେବେ: ଖାଦ୍ୟ ଏବଂ ନାଗରିକ ଯୋଗାଣ ଏବଂ ଉପଭୋକ୍ତା ସୁରକ୍ଷା ବିଭାଗ ଏହି ପ୍ରସ୍ତାବ ଆଣିଛି। କ୍ୟାବିନେଟ ବିବୃତ୍ତିରେ କୁହାଯାଇଛି, ରାଜ୍ୟରେ ୧.୭୦ କୋଟି ପରିବାର ବା ସାତ କୋଟି ଲୋକ ଅଛନ୍ତି, ଯେଉଁମାନଙ୍କର ରେସନ କାର୍ଡର ସୁବିଧା ଅଛି । ସେମାନେ ରାଷ୍ଟ୍ରାୟତ୍ତ ରାସନ ଦୋକାନରୁ ଖାଦ୍ୟ ଶସ୍ୟ କିଣିବାକୁ ଯୋଗ୍ୟ ଅଟନ୍ତି। ”ରାଜ୍ୟ ସରକାରଙ୍କଠାରୁ ମିଳିଥିବା ସୂଚନା ଅନୁଯାୟୀ ଏହି ଅଫର ୩୦ ଦିନ ପର୍ୟ୍ୟନ୍ତ ଚାଲିବ ।
ତେବେ ଏହି ଅଫରେ ହୋ ମଧ୍ୟ କୁହାଯାଇଛି ଯେ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଜଈଓ) ର ଗ୍ରାହକ ମୂଲ୍ୟ ସୂଚକାଙ୍କ ଅନୁଯାୟୀ ଦେଶର ଖୁଚୁରା ମୁଦ୍ରାସ୍ଫୀତି ହାର ସାତ ପ୍ରତିଶତ ରହିଛି। ଏହି ପୃଷ୍ଠଭୂମିରେ ସବସିଡିଯୁକ୍ତ ହାରରେ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗଗୁଡ଼ିକୁ ଖାଦ୍ୟ ସାମଗ୍ରୀର ପ୍ୟାକେଜ୍ ବ୍ୟବହାର କରି ଦୀପାବଳି ପାଇଁ ସ୍ନାକ୍ସ ଏବଂ ମିଠା ପ୍ରସ୍ତୁତ କରିବାରେ ସାହାଯ୍ୟ କରିବ।

Get real time updates directly on you device, subscribe now.