fbpx

Serial Rapist, ଯାହାକୁ ୨୦୦ ଜଣ ମହିଳା ହତ୍ୟା କରିଥିବା ହେଉଛି ଦାବି: କ’ଣ ପ୍ରକୃତ ସତ୍ୟ?

ମହାରାଷ୍ଟ୍ର କସ୍ତୁରବା ନଗର ବସ୍ତିର ସିରିଏଲ ରେପିଷ୍ଟ ଅକ୍କୁ ଯାଦବ । ଏହି ନାଁ ହିଁ ସାରା ବସ୍ତି ପାଇଁ ଥିଲା ଏକ ଭୟଙ୍କର ସ୍ୱପ୍ନ । କେବଳ ଗୋଟିଏ ଗ୍ୟାଙ୍ଗଷ୍ଟର କି ସିରିଏଲ କିଲର ନୁହେଁ, ଥିଲା ଗୋଟିଏ ସିରିଏଲ ରେପିଷ୍ଟ । ବସ୍ତିର ଏମିତି ଗୋଟିଏଘର ନାହିଁ ଯେଉଁ ଘରର ଗୋଟିଏ ଝିଅ ତା କଳା ନଜରରୁ ବଞ୍ଚି ଯାଇଥିବ । ପ୍ରାୟ ୪୦ ଜଣ ଝିଅଙ୍କ ଇଜ୍ଜତ ସହ ଖେଳିଛି ଭରତ କାଳୀଚରଣ ଔରଫ ଅକ୍କୁ । ବର୍ଷ ବର୍ଷ ଧରି ସେ ଚାଳଇଥିଲା ନିଜର ଏହି କଳା ସାମ୍ରାଜ୍ୟ । ତେବେ ଏହାପରେ କ’ଣ ହେଲା? ତାହା ରହିଛି ସସପେନ୍ସ । ଏମିତି ଏକ କାହାଣୀକୁ ନେଇ ଆସୁଛି ‘ଇଣ୍ଡିଆନ ପ୍ରିଡେଟର-ମର୍ଡର ଇନ ଏ କୋର୍ଟରୁମ’ । ଖୁବଶୀଘ୍ର ନେଟଫ୍ଲିକ୍ସରେ ଏହି ଡକ୍ୟୁମେଣ୍ଟାରୀ ଫିଲ୍ମ ରିଲିଜ ହେବାକୁ ଯାଉଛି ।

ଅକ୍କୁ ଯାଦବର ଶିକାର ହୋଇଥିବା ସବୁଠୁ କମ ବୟସର ଭିକ୍ଟିମ ହେଉଛନ୍ତି ମାତ୍ର ୧୦ ବର୍ଷର ଜଣେ ନାବାଳିକା । ଏହାବ୍ୟତୀତ ସେ ୧୬ ବର୍ଷର ଜଣେ ନାବାଳିକାଙ୍କ ଜେଜେମାଙ୍କୁ ମଧ୍ୟ ଦୁଷ୍କର୍ମ କରିଥିବା ନେଇ ଜାଣିବାକୁ ମିଳିଛି । ଅକ୍କୁ ବିରୋଧରେ ଅଭିଯୋଗ କରିବା ଲୋକର ଜିଇବା ମୁସ୍କିଲ କରି ଦେଉଥିଲା ଅକ୍କୁ ଏବଂ ତା ଗ୍ୟାଙ୍ଗ । ଅକ୍କୁ ବିରୋଧରେ ରୁଜୁ ହୋଇଥିବା ପ୍ରଥମ ମାମଲା ହେଉଛି ୧୯୯୧ ମସିହାର ଏକ ଗ୍ୟାଙ୍ଗ ରେପ ।

ତେବେ ୨୦୦୪ ଜୁଲାଇ ୧୩ ତାରିଖରେ ନାଗପୁର ଜିଲ୍ଲା ଅଦାଲତରେ ଅକ୍କୁର ଶୁଣାଣି ଥିବା ବେଳେ ହଠାତ ସେଠାକୁ ପଶି ଆସିଥିଲେ ଅନେକ ମହିଳା । ମୁହଁରେ କପଡା ବାନ୍ଧି ପୋଲିସ ଏବଂ ଅକ୍କୁ ମୁହଁକୁ ଫିଙ୍ଗିଥିଲେ ଲଙ୍କାଗୁଣ୍ଡ । ଏହାପରେ ଅକ୍କୁ ଉପରେ ଛୁରୀରେ ହୋଇଥିଲା ଆକ୍ରମଣ । ସେଦିନ ଏକ ଦଶନ୍ଧି ଧରି ସହିଥିବା ଅନ୍ୟାୟର କସ୍ତୁରବା ନଗର ପ୍ରତିଶୋଧ ନେଉଥିଲା । ଏହି ଆକ୍ରମଣ ଭତରେ କେହି ଅକ୍କୁର ଗୁପ୍ତାଙ୍ଗ ମଧ୍ୟ କାଟି ଦେଇଥିଲେ । ତେବେ ମାତ୍ର ୧୫ ମିନିଟ ପରେ ସବୁ ଶାନ୍ତ ପଡିଥିଲା । କିନ୍ତୁ ବଦଳି ଯାଇଥିଲା କୋର୍ଟ ପରିସରର ରୂପ । ଚଟାଣ ଏବଂ କାନ୍ଥ ସାରା ପଡିଥିଲା ଅକ୍କୁର ରକ୍ତ ଛିଟା ।

ତେବେ ଅକ୍କୁର ମୃତ୍ୟୁପରେ ଏହାକୁ ସେଲିବ୍ରେଟ କରିଥିଲା କସ୍ତୁରବା ନଗର । ତେବେ ଏହି କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ସିନେମା ‘ଇଣ୍ଡିଆନ ପ୍ରିଡେଟର-ମର୍ଡର ଇନ ଏ କୋର୍ଟ’ ସିନେମା । ଏହା ପୂର୍ବରୁ କାହାଣୀକୁ ନେଇ ଜି ଫାଇଭରେ ‘୨୦୦ ହାଲ୍ଲା ହୋ’ ନାମକ ଏକ ଫିଲ୍ମ ମଧ୍ୟ ରିଲିଜ ହୋଇସାରିଛି । ଏହି ଫିଲ୍ମରେ ଅମୋଲ ପାଲେକର, ବରୁଣ ସୋବତୀ, ରିଙ୍କୁ ରାଜଗୁରୁ, ଫ୍ଲୋରା ସେନୀ ଏବଂ ସାହିଲ ଖଟ୍ଟର ଭଳି ଅଭିନେତା ଅଭିନୟ କରିଥିଲେ । ତେବେ ଆସନ୍ତା ୨୮ ତାରିଖରେ ନେଟଫ୍ଲିକ୍ସରେ ଏହି ଚଳଚ୍ଚତ୍ର ରିଲିଜ ହେବାକୁ ଯାଉଥିବା ବେଳେ ଏହାକୁ ନେଇ ଟିମ ଖୁବ ଉତ୍ସାହିତ ରହିଛି ।

Get real time updates directly on you device, subscribe now.