fbpx

ଡାଇବେଟିସ୍ ରୋଗୀଙ୍କୁ କ’ଣ ଖାଇବା ଆବଶ୍ୟକ : ମଟନ୍ ନା ଚିକେନ୍ ?

ଆଜିକାଲି ଲୋକଙ୍କ ମଧ୍ୟରେ ଡାଇବେଟିସ୍ ତଥା ମଧୁମେହ ଅତି ସାଧାରଣ ହୋଇଗଲାଣି । ଏହା ଏକ ବ୍ୟାଧି ଯେଉଁଥିରେ ରକ୍ତରେ ଶର୍କରା ସ୍ତର ଅସ୍ୱାଭାବିକ ଭାବରେ ବଢ଼ିଥାଏ । କାରଣ ଜଣେ ବ୍ୟକ୍ତିଙ୍କ ଶରୀର ପର୍ୟ୍ୟାପ୍ତ ପରିମାଣରେ ଇନସୁଲିନ୍ ହରମୋନ୍ ଉତ୍ପାଦନ କରିବାରେ ଅସମର୍ଥ । ମଧୁମେହ ରୋଗୀମାନେ ସେମାନଙ୍କର ଦୈନାନ୍ଦିନ ଜୀବନରେ ଏକ ସୁସ୍ଥ ଖାଦ୍ୟ ଅଭ୍ୟାସ ଆବଶ୍ୟକ କରନ୍ତି । ସେମାନଙ୍କୁ ଅନ୍ତତଃପକ୍ଷେ କାର୍ବୋହାଇଡ୍ରେଟ୍ ଏବଂ ସନ୍ତୁଳିତ ଖାଦ୍ୟ ଖାଇବା ଉଚିତ୍ । ତେବେ ଏହା ମଧ୍ୟରେ ମଧୁମେହ ରୋଗୀମାନେ ମଟନ୍ କିମ୍ବା ଚିକେନ୍ ଖାଇବା ଅଧିକ ସୁସ୍ଥ କି ନାହିଁ ସେ ବିଷୟରେ ଦ୍ୱନ୍ଦ୍ୱରେ ପଡ଼ନ୍ତି । ଆସନ୍ତୁ ଜାଣିବା କେଉଁଟି ଭଲ ।

ରେଡ୍ ମିଟ୍

ରେଡ୍ ମିଟ୍ ରେ ଘୁଷୁରି, ଗୋମାଂସ, ମଟନ୍, ଛେଳି ଏବଂ ମେଣ୍ଢା ମାଂସ ଅନ୍ତର୍ଭୁକ୍ତ । ଏଥିମଧ୍ୟରୁ ମଟନ୍ ହେଉଛି ଭାରତରେ ସବୁଠାରୁ ଅଧିକ ଲାଲ୍ ମାଂସ । ଯେତେବେଳେ ଆମେ ମଟନ୍ କହିବା, ଭାରତରେ ଏହାର ଅର୍ଥ ମେଣ୍ଢା ନୁହେଁ ଛେଳି ମାଂସକୁ ବୁଝାଏ । ଲାଲ୍ ମାଂସକୁ ଲୋକମାନେ ବହୁତ ପସନ୍ଦ କରନ୍ତି କାରଣ ଏହା ପୁଷ୍ଟିକର ତତ୍ତ୍ୱରେ ପରିପୂର୍ଣ୍ଣ । ଯେମିତିକି ଲୌହ, ଫସଫରସ୍, ଭିଟାମିନ୍ ବି ୧୨, ରାଇବୋଫ୍ଲୋୱିନ୍, ଥିଆମିନ୍ ରହିଥାଏ ।

ମଧୁମେହ ଏବଂ ହୃଦ୍ ରୋଗରେ ଆକ୍ରାନ୍ତ ରୋଗୀମାନେ ରେଡ୍ ମିଟ୍ ସେବନ କମ୍ କରିବା ଆବଶ୍ୟକ । କାରଣ ଏଥିରେ ଥିବା ପରିପୂର୍ଣ୍ଣ ଚର୍ବି ହୃଦଘାତର କାରଣ ହୋଇପାରେ । ରେଡ୍ ମିଟ୍ ରେ ଥିବା ସୋଡିୟମ୍ ଏବଂ ନାଇଟ୍ରାଇଟ୍ ଇନସୁଲିନ୍ ପ୍ରତିରୋଧ ଏବଂ ଟାଇପ୍ ୨ ଡାଇବେଟିସ୍ ସୃଷ୍ଟି କରେ । ଏହା ଶରୀରରେ କୁଣ୍ଡିଆ ଏବଂ ଜଳାପୋଡ଼ା ମଧ୍ୟ ସୃଷ୍ଟି କରିପାରେ । ଯାହାକି କିଛି ପ୍ରକାରର କର୍କଟ ରୋଗର କାରଣ ହୋଇପାରେ । ହେଲେ ମଟନ୍ ବା ଛେଳି ମାଂସରେ ଏହାର ଆଶଙ୍କା ଖୁବ୍ କମ୍ ଥାଏ । କାରଣ ଛେଳି ମାଂସରେ ଢ଼େର୍ ସାରା ପୋଷାକ ତତ୍ତ୍ୱ ରହିଥାଏ । ଅନ୍ୟ ରେଡ୍ ମିଟ୍ ତୁଳନାରେ ଛେଳି ମାଂସକୁ ଉତ୍ତମ ବୋଲି ଧରାଯାଇଥାଏ । ତେଣୁ ଯଦି ଆପଣ ମଧୁମେହରେ ପୀଡିତ ରହିଛନ୍ତି ତେବେ ମଟନ୍ ଖାଇବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେଇ ଖାଆନ୍ତୁ ।

ଏବେ ଜାଣିବା ଚିକେନ୍ ଖାଇବା ଉଚିତ୍ କି ନୁହେଁ?

ଚିକେନ୍ ମଧୁମେହ ରୋଗୀଙ୍କ ପାଇଁ ଏକ ଖୁବ୍ ଭଲ ବିକଳ୍ପ । କାରଣ ଏଥିରେ ଖୁବ୍ ଅଧିକ ପ୍ରୋଟିନ୍ ରହିଥାଏ । ଚର୍ବିର ମାତ୍ରା ଏଥିରେ ଅନେକ ଥାଏ । ଯଦି ଆପଣ ଚିକେନ୍ କୁ ହେଲ୍ଦି ଉପାୟରେ ରୋଷେି କରୁଛେ ତେବେ ଏହା ଡାଇବେଟିସ୍ ଡିସଅର୍ଡର୍ ଥିବା ରୋଗୀଙ୍କ ପାଇଁ ଏକ ଭଳ ଅପସନ୍ ହୋଇପାରିବ । ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି ଏହା ଦ୍ୱାରା ଗ୍ଲାଇସୋମିକ୍ ଇଣ୍ଡେକ୍ସ ଭାଲ୍ୟୁ କମ୍ ହୋଇଥାଏ । ଏହା ଖାଇବା ଦ୍ୱାରା ଶରୀରରେ ବ୍ଲଡ୍ ସୁଗାର୍ ଲେବଲ୍ କେବେ ବି ବଢ଼ିନଥାଏ ।

ଚିକେନ୍ ପ୍ରୋଟିନ୍ ରେ ଭରପୁର ରହିଥାଏ । ଏଥିସହିତ ଆଇରନ୍, କ୍ୟାଲସିୟମ୍ ଏବଂ ଫସଫରସ୍, ଭିଟାମିନ୍ ବି, ଏ ଏବଂ ଡି ଭଳି ଖଣିଜ ପଦାର୍ଥ ରହିଥାଏ । ତେବେ ଏହାପରେ ଆପଣ ମାନେ ଜାଣିସାରିଥିବେ ଯେ, ଶରୀର ପାଇଁ ଚିକେନ୍ ଭଲ ନା ମଟନ୍ । ଚିକେନ୍ ରେ କୌଣସି ପ୍ରକାରର ଚର୍ବି ନଥିବା ସହିତ ଅଧିକ ପ୍ରୋଟିନ୍ ରହିଥାଏ । ତେଣୁ ଆପଣ ମାନେ ଚିକେନ୍ ଖାଇବା ଭଲ ।

Get real time updates directly on you device, subscribe now.