fbpx

ଯାତ୍ରୀଙ୍କ ନାକରୁ ବହୁଛି ରକ୍ତ, କାନରେ ହେଉଛି ଯନ୍ତ୍ରଣା: ଫ୍ଲାଇଟ ଭିତରେ ଭୟରେ ପାସେଞ୍ଜର

Advertisement

ନୂଆଦିଲ୍ଲୀ: ତାଇବାନ ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା କୋରିୟାନ ଏୟାରର ବିମାନରେ ଭୟାବହ ପରିସ୍ଥିତିରେ ଥିବା ଦେଖିବାକୁ ମିଳିଛି । ବିମାନରେ ଥିବା ଯାତ୍ରୀମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଅଚାନକ ବିଗିଡ଼ି ଯାଇଥିଲା । ଯାତ୍ରୀଙ୍କ ନାକରୁ ରକ୍ତ ଝରିବା ସହ ସେମାନଙ୍କ କାନରେ ମଧ୍ୟ ଯନ୍ତ୍ରଣା ଅନୁଭବ ହୋଇଥିଲା । ଏ ନେଇ ଅଭିଯୋଗ ପରେ ବିମାନରେ ଆତଙ୍କ ଖେଳି ଯାଇଥିଲା । ତେଣୁ ସ୍ଥିତିକୁ ସମ୍ଭାଳିବା ପାଇଁ ପାଇଲଟ ବିମାନକୁ ଫେରାଇ ଆଣିବାକୁ ନିଷ୍ପତ୍ତି ନେଲେ । ଏହାପରେ ଇଞ୍ଚିୟୋନ୍ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଜରୁରୀକାଳୀନ ଅବତରଣ କରିଥିଲା ଏହି ଫ୍ଲାଇଟ । ୧୩ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରାଯାଇଛି ।

ରିପୋର୍ଟ ଅନୁସାରେ, କୋରିୟାନ ଏୟାରର ବିମାନ କେଇ-୧୮୯ର କ୍ୟାବିନେରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିମାନର ପ୍ରେସରାଇଜସେନ ସିଷ୍ଟମରେ ସମସ୍ୟା ହେବାରୁ ବିମାନରେ ଆତଙ୍କ ଖେଳି ଯାଇଥିଲା । ଫଳରେ ବିମାନଟି ଅଚାନକ ୩୦ ହଜାର ଫୁଟ ଉପରୁ ପ୍ରାୟ ୯ ହଜାର ଫୁଟକୁ ଖସି ଆସିଥିଲା । ଏହାଫଳରେ କିଛି ଯାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହୋଇ ଯାଇଥିଲା । ଉଚ୍ଚତାରୁ ଅଚାନକ ତଳକୁ ଖସିବା ଯୋଗୁଁ ୨ ଜଣ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସାଙ୍ଗକୁ କାନରେ ଯନ୍ତ୍ରଣା ଏବଂ ଅଶନିଶ୍ୱାସୀ ଅନୁଭବ କରିଥିଲେ ।

ତେବେ ସୋସିଆଲ ମିଡିଆରୁ ଜଣାଯାଉଛି ଯେ, ଖାଦ୍ୟ ପରଷିବା ପରେ ଏହି ବିମାନ ତଳ ଆଡ଼କୁ ଖସି ଆସିଥିଲା । ଫଳରେ ବିମାନର କ୍ୟାବିନରେ ଆତଙ୍କ ଖେଳି ଯାଇଥିଲା । ଏହିସମୟରେ ଜଣେ ଯାତ୍ରୀଙ୍କ କାନରେ ଏବଂ ମୁଣ୍ଡରେ ପ୍ରବଳ ଯନ୍ତ୍ରଣା ହେଉଥିବା ସେ ଅଭିଯୋଗ କରିଛନ୍ତି । ତେବେ ଏଭଳି ଏକ ପରିସ୍ଥିତି ପାଇଁ କୋରିୟାନ୍ ଏୟାର କ୍ଷମା ପ୍ରାର୍ଥନା କରିଛି ଏବଂ ଟେକନିକରେ ସମସ୍ୟା ଯୋଗୁଁ ଯାତ୍ରୀଙ୍କୁ ଏଭଳି ଏକ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଛି ବୋଲି ବିମାନର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.