fbpx

ଇତିହାସ ରଚିଲା ଭାରତୀୟ ଟିମ୍‌, ବାଂଲାଦେଶକୁ ହରାଇ ଜିତିଲା ଦୃଷ୍ଟିହୀନ ଟି-୨୦ ବିଶ୍ୱକପ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ପ୍ରେମୀଙ୍କ ପାଇଁ ଅଉ ଏକ ଖୁସି ଖବର । ବାଂଲାଦେଶକୁ ହରାଇ ଟିମ୍ ଇଣ୍ଡିଆ ତୃତୀୟ ଥର ଟି-୨୦ ବିଶ୍ୱକପ୍‌ରେ ଚାମ୍ପିୟନ ହୋଇଛି । ବାଙ୍ଗାଲୂରର ଏମ. ଚିନ୍ନସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମୁକାବିଲାରେ ଭାରତ ୧୨୦ ରନ୍‌ରେ ବିଜୟ ହାସଲ କରିଛି ।

ଫାଇନାଲ ମ୍ୟାଚ୍‌ରେ ଭାରତ ପ୍ରଥମେ ବ୍ୟାଟିଂ କରି ୨ ଉଇକେଟ୍ ହରାଇ ୨୭୭ ରନ୍‌ର ବିଶାଳ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଜବାବରେ ବାଂଲାଦେଶ ୨୦ ଓଭରରେ ୩ ଉଇକେଟ୍ ହରାଇ କେବଳ ୧୫୭ ରନ୍ ସଂଗ୍ରହ କରି ପାରିଥିଲା । ଏହା ସହିତ ଭାରତ ଟି-୨୦ ବିଶ୍ୱକପ୍ ଉପରେ ତୃତୀୟ ଥର ପାଇଁ କବଜା କରିଛି । ଏହା ପୁର୍ବରୁ ୨୦୧୨ ଏବଂ ୨୦୧୭ରେ ଭାରତୀୟ ଟିମ୍ ଏହି ସଫଳତା ପାଇଥିଲା ।

ଏହି ମ୍ୟାଚରେ ଭାରତକୁ ଦୁଇ ଭାରତୀୟ ବ୍ୟାଟ୍ସମ୍ୟାନ୍ ଶତକ ହାସଲ କରିଥିଲେ । ସୁନୀଲ ରମେଶ ୬୩ ବଲରେ ୧୩୬ ରନ୍ ସଂଗ୍ରହ କରିଥିବା ବେଳେ ଅଧିନାୟକ ଅଜୟ ରେଡ୍ଡୀ ୫୦ ବଲରେ ୧୦୦ ରନ୍ ସଂଗ୍ରହ କରିଥିଲେ ।

ଚଳିତ ଥର ଭାରତ ଏହି ବିଶ୍ୱକପ୍‌ର ଆୟୋଜକ ହୋଇଥିବାବେଳେ ୨୦୨୪ ରେ ପରବର୍ତ୍ତୀ ବିଶ୍ୱକପ୍ ଖେଳାଯିବ । ଏହି ବିଶ୍ୱକପ ପାକିସ୍ତାନରେ ଅନୁଷ୍ଠିତ ହେବ । ତେବେ ଏହି ବିଶ୍ୱକପରେ ପାକିସ୍ତାନୀ ଖେଳାଳିଙ୍କ ଭିସାକୁ ନେଇ ଅନେକ ବିବାଦ ଦେଖାଦେଇଥିଲା । ତେବେ ଏହା ଦେଖିବାକୁ ବାକି ରହିଲା ଆଗାମୀ ବିଶ୍ୱକପ୍‌ରେ ଭାରତୀୟ ଦଳ ପାକିସ୍ତାନ ଗସ୍ତରେ ଯାଉଛି କି ନାହିଁ ।

Get real time updates directly on you device, subscribe now.