fbpx

ସ୍ନାନ ମଣ୍ଡପରେ ରକ୍ତ ଛିଟା… ମହାପ୍ରଭୁଙ୍କ ମହାସ୍ନାନ ନୀତି ହେବ

ପୁରୀ : ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅବସରରେ ଦୁଇ ଦୁଇଟି ଅଘଟଣ ଘଟିଛି । ସକାଳେ ଜଣେ ଭକ୍ତଙ୍କ ଜୀବନ ଚାଲି ଯାଇଥିବାବେଳେ ଏବେ ସ୍ନାନ ମଣ୍ଡପରେ ରକ୍ତ ଛିଟା ଲାଗିଥିବା ସୂଚନା ମିଳିଛି । ଯେଉଁ କାରଣରୁ ମହାପ୍ରଭୁଙ୍କ ମହାସ୍ନାନ ପୁଣି ଥରେ ଅନୁଷ୍ଠିତ ହେବ । ତେବେ ଏଠାରେ ପ୍ରଶ୍ନ ଉଠୁଛି ରକ୍ତ ଛିଟା ଆସିଲା କେଉଁଠୁ ଏବଂ କାହା ରକ୍ତ ମହାପ୍ରଭୁଙ୍କୁ ଅପବିତ୍ର କରିଛି ।

ସୂଚନାଯୋଗ୍ୟ, ଆଜି ଶ୍ରୀମନ୍ଦିରରେ ଶ୍ରୀ ଜିଉଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୋଇଛି । ଏଥିରେ ଲକ୍ଷ ଲକ୍ଷ ଭକ୍ତ ସାମିଲ ହୋଇଛନ୍ତି । ଯଦିଓ ବାହାନଗା ଟ୍ରେନ୍ ଦୁର୍ଘଟଣା ଯୋଗୁଁ ଭକ୍ତ ସମାଗମ୍ ଏଥର କମ୍ ରହିଛି ତଥାପି ମହାପ୍ରଭୁଙ୍କ ଯାତ୍ରାରେ ଭକ୍ତ ଉଣା ପଡିନାହାଁନ୍ତି । ଲକ୍ଷ ଲକ୍ଷ ଭକ୍ତଙ୍କ ସାମ୍ନାରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରର ନୀତି ଅନୁଷ୍ଠିତ ହୋଇଥିଲେ । ପ୍ରଭୁଙ୍କ ସାମ୍ନାରେ ଆଜି ଜଣେ ଭକ୍ତ ଚେତା ଶୂନ୍ୟ ହୋଇପଡିଥିଲେ ଏବଂ ତାଙ୍କର ପ୍ରାଣ ବାୟୁ ଉଡିଯାଇଥିଲା । ଏହି ଘଟଣା ମାତ୍ରା କିଛି ଘଣ୍ଟା ବିତିଥିବା ବେଳେ ଆଉ ଏକ ବଡ ଘଟଣା ସାମ୍ନାକୁ ଆସିଛି ।

ମହାପ୍ରଭୁଙ୍କ ସ୍ନାନ ମଣ୍ଡପ ରକ୍ତ ଛିଟା ଲାଗିଥିବା ଦେଖିବାକୁ ମିଳିଛି । କାହାର ଏହି ରକ୍ତ ଛିଟା ସେ କୌଣସି ସୂଚନା ମିଳିନାହିଁ । କୌଣସି ଏକ ସେବାୟତଙ୍କ ଠାରୁ ରକ୍ତ ଛିଟା ଲାଗିଥିବା ସନ୍ଦେହ କରଯାଉଛି । ତେବେ ଏଥିପାଇଁ ମହାପ୍ରଭୁଙ୍କ ମହା ସ୍ନାନ ନୀତି ପୁଣି ଥରେ ଅନୁଷ୍ଠିତ ହେବ ବୋଲି ସୂଚନା ମିଳିଛି । ଏକ ଘଣ୍ଟାରୁ ଦେଢ ଘଣ୍ଟା ଯାଏଁ ନୀତି ବିଳମ୍ବ ହେବ । କିନ୍ତୁ ସାଧରଣ ଦର୍ଶନ ପୂର୍ବ ଭଳି ଜାରି ରହିବ ।

Get real time updates directly on you device, subscribe now.