fbpx

ନଦୀର ଆକାର ଡ୍ରାଗନ୍ ପରି: ଜାଣନ୍ତୁ କ’ଣ ଏହି Blue Dragon River ?

ନୂଆଦିଲ୍ଲୀ: ଦୁନିଆରେ ଅନେକ ଅଦ୍ଭୁତ ଜିନିଷ ଦେଖିବାକୁ ମିଳିଥାଏ । ସେଥି ମଧ୍ୟରୁ ଗୋଟିଏ ହେଉଛି ବ୍ଲୁ ଡ୍ରାଗନ୍ ରିଭର । ଡ୍ରାଗନ ଶବ୍ଦ ଥିଲେ ବି ଏହାର ଚୀନ ସହ କୌଣସି ସମ୍ପର୍କ ନାହିଁ । ଏହି ନଦୀ ପର୍ତ୍ତୁଗାଲରେ ଅଛି । ଯାହାକୁ ଅନ୍ତରୀକ୍ଷରୁ ଦେଖିଲେ ଏହା ଡ୍ରାଗନ୍ ଭଳି ଦେଖାଯାଏ । ଏହି ନଦୀର ପ୍ରକୃତ ନାମ ଓଡିଲେଟ୍ ରିଭର ଅଟେ ।

ପର୍ତ୍ତୁଗାଲର ଆଲଗାର୍ଭେ ପ୍ରାନ୍ତର କାସ୍ତ୍ରୋ ମାରିମ ନଗରପାଳିକାରେ ରହିଛି ଏହି ନଦୀ  । ଏହା ଏତେ ସୁନ୍ଦର ଯେ ଏହାକୁ ଦେଖିବା ପାଇଁ ପ୍ରତିବର୍ଷ ହଜାର ହଜାର ଲୋକ ଆସିଥାନ୍ତି । ଏହି ନଦୀର ଇତିହାସ ବିଷୟରେ ଅଧିକ ସୂଚନା ନାହିଁ କିନ୍ତୁ ପ୍ରଥମ ଥର ନଦୀର ଡ୍ରାଗନ ଆକୃତି, ଫଟୋଗ୍ରାଫର ଷ୍ଟିଭ ରିଚାର୍ଡ ଦେଖିଥିଲେ । ଯେତେବେଳେ ସେ ଏହା ଉପରୁ ପ୍ଲେନରେ ଯାତ୍ରା କରୁଥିଲେ । ଏହି ନୀଳ ରଙ୍ଗର ନଦୀ ଏକଦମ ଚୀନର ଡ୍ରାଗନ ଭଳି ଦେଖାଯାଏ ।

ଚୀନରେ ଡ୍ରାଗନକୁ ପବିତ୍ର ଜୀବ ବୋଲି ବିଶ୍ୱାସ କରାଯାଏ । ଚୀନର ସଂସ୍କୃତିରେ ଏହାକୁ ଶକ୍ତି ଏବଂ କ୍ଷମତାର ପ୍ରତୀକ ଭାବରେ ବିଶ୍ୱାସ କରାଯାଏ । ଷ୍ଟିଭଙ୍କ ଫଟୋ ଭାଇରାଲ ହେବା ପରେ ଏହାର ଚର୍ଚ୍ଚା ବଢ଼ିଥିଲା । ଖାସକରି ଚୀନରୁ ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ପର୍ତ୍ତୁଗାଲ ଯାଇଥାନ୍ତି । ତେବେ ଏହା ଅନ୍ତରୀକ୍ଷରୁ ସଂପୂର୍ଣ୍ଣ ଡ୍ରାଗନ ପରି ସ୍ପଷ୍ଟ ଭାବରେ ଦେଖାଯାଏ ।

Get real time updates directly on you device, subscribe now.