fbpx

୨୭ ହଜାର ଲାଞ୍ଚ ନେଉଥିଲେ GRS: ମାଡିବସିଲା ଭିଜିଲାନ୍ସ

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ରାଜ୍ୟରେ ଦୁର୍ନୀତି ମାତ୍ରା ବଢ଼ିବାରେ ଲାଗିଛି । ପ୍ରତିଦିନ କେହି ନା କେହି ଅଧିକାରୀ ଭିଜିଲାନ୍ସ ଜାଲରେ ପଡୁଥିବା ବେଳେ ଆଜି ଭିଜିଲାନ୍ସ ପଞ୍ଝାରେ ପଡିଛନ୍ତି ଜିଆରଏସ । ୨୭ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଜିଆରଏସଙ୍କୁ ଧରିପକାଇଛି ଭିଜିଲାନ୍ସ ଟିମ୍ ।

ସୂଚନା ମୁତାବକ, ରଙ୍ଗେଇଲୁଣ୍ଡା ବ୍ଲକ ଇନ୍ଦ୍ରାଣୀ ଜିଆରଏସ ସି.ଏଚ୍ ଚନ୍ଦ୍ରେୟା ଧରାପଡିଛନ୍ତି । ଏନଆରଇଜିଏରେ ୨.୩୨ ଲକ୍ଷର ବିଲ୍ କରାଇଦେବାକୁ ଲାଞ୍ଚ ନେଉଥିଲେ ।

ସେହପରି ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ମୁଖ୍ୟ କିରାଣିଙ୍କୁ ଧରିଛି ଭିଜିଲାନ୍ସ । ବୈପାରୀଗୁଡ଼ା ତହସିଲ ଅଫିସର ମୁଖ୍ୟ କିରାଣି ସତ୍ୟ ନାରାୟଣ ଦଳେଇ ଧରାପଡିଛନ୍ତି । ଘର ପଟ୍ଟା କରାଇ ଦେବାକୁ ୫ ହଜାର ଲାଞ୍ଚ ନେବାବେଳେ ତାଙ୍କୁ ଧରିପକାଇଛନ୍ତି ଭିଜିଲାନ୍ସ ଅଧିକାରୀ ।

Get real time updates directly on you device, subscribe now.