fbpx

ଏଣିକି ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟର ତଥ୍ୟ ଅନଲାଇନରେ ମିଳିବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏଣିକି ରାଜ୍ୟର ସମସ୍ତ ସ୍ୱୟଂଶାସିତ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟକୁ ଡିଜିଟାଇଜ୍ କରାଯିବ । ଅନଲାଇନରେ ମିଳିବ ସମସ୍ତ ତଥ୍ୟ । ରାଜ୍ୟର ସରକାରୀ ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଡିଡିଟାଇଜ୍ କରିବା ପାଇଁ ପୂର୍ବରୁ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ନିକଟକୁ ପତ୍ର ଲେଖିଥିଲେ । ତେବେ ରାଜ୍ୟ ସରକାରଙ୍କର ଏହି ପ୍ରସ୍ତାବରେ କେନ୍ଦ୍ର ସରକାର ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

ଏଥିରେ ଛାତ୍ରଛାତ୍ରୀଙ୍କ ରିସର୍ଚ୍ଚ ଠାରୁ ଆରମ୍ଭ କରି ଅଧ୍ୟାପକ ଓ ଶିକ୍ଷାନୁଷ୍ଠାନର ସମସ୍ତ କାର୍ଯ୍ୟକଳାପ ସ୍ଥାନିତ ହେବ । ଏହାଦ୍ୱାରା ଶିକ୍ଷାନୁଷ୍ଠାନର ସମସ୍ତ ତଥ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ମହଜୁଦ୍ କରି ରଖିବା ସମ୍ଭବପର ହେବ । କାଗଜରେ ଲେଖାଯାଇ ରଖାଯାଉଥିବା ତଥ୍ୟ ନଷ୍ଟ ହେବାର ଭୟ ରହିଥିବା ବେଳେ ଡିଜିଟାଇଜରେ ସେହି ଆଶଙ୍କା ରହିବ ନାହିଁ ।

ତେବେ ଜଣାପଡ଼ିଛି, ଏହି ପ୍ରକ୍ରିୟା ସମାପ୍ତ ହେବାକୁ ପାଖାପାଖି ୬ ମାସ ସମୟ ଲାଗିବ । ରାଜ୍ୟର ବିଶ୍ୱବିଦ୍ୟାଳୟ ଓ ସ୍ୱୟଂଶାସିତ ମହାବିଦ୍ୟାଳୟଗୁଡ଼ିକର ଅନଲାଇନକରଣ କରିବା ପାଇଁ ନୋଡାଲ ଅଫିସର ରାଜ୍ୟ ଉଚ୍ଚ ଶିକ୍ଷା ପରିଷଦ କାର୍ଯ୍ୟ କରୁଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ନଭେମ୍ବର ୧୪ରୁ ଓଡ଼ିଶା ରିସର୍ଚ୍ଚ କନକ୍ଲେଭ ଆରମ୍ଭ ହେବ । ଏହା ରାଜଧାନୀ ଭୁବନେଶ୍ୱରରେ ନହୋଇ କଟକ ରେଭେନ୍ସା ବିଶ୍ୱବିଦ୍ୟାଳୟ ପରିସରରେ ହେବ । ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ଓଡ଼ିଶା ରିସର୍ଚ୍ଚ କନକ୍ଲେଭର ପୃଷ୍ଠପୋଷକ ରହିବ । ଏନେଇ ରାଜ୍ୟ ଉଚ୍ଚଶିକ୍ଷା ପ୍ରମୁଖ ସଚିବ ସହମତି ପ୍ରକାଶ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.