fbpx

ରତ୍ନ ଭଣ୍ଡାର ନେଇ ହୋଇନି ଆଲୋଚନା : ଡିଜିଟାଇଜେସନ ହେବ ଜଗନ୍ନାଥଙ୍କ ଜମି…

ପୁରୀ:ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଜମିର ଡିଜିଟାଇଜେସନ ହେବାକୁ ଯାଉଛି । ଶ୍ରୀମନ୍ଦିର ପରିଚାଳନା କମିଟିରେ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ଏହି ନଷ୍ପତ୍ତି ନେଇ ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ସୂଚନା ଦେଇଛନ୍ତି । ତେବେ ଶ୍ରୀମନ୍ଦିର ଜମି ଡିଜିଟାଇଜେସନ ନେଇ ଓରସାକର ର ସାହାଯ୍ୟ ନିଆଯିବ । ସମସ୍ତ ଜମିର ରେକର୍ଡ ଡିଜିଟାଇଜେସନ କରାଯିବ ବୋଲି ଯାଦବ ସୂଚନା ଦେଇଛନ୍ତି ।

ଅନ୍ୟ ପକ୍ଷେ ରତ୍ନ ଭଣ୍ଡାର ଖୋଲିବା ନେଇ ଏହି ପରିଚାଳନା ବୈଠକରେ କୌଣସି ପ୍ରକାର ଆଲୋଚନା ହୋଇନାହିଁ । ଏନେଇ ମିଟିଂ ପରେ ସୁଖ୍ୟ ପ୍ରଶାସକ ସୂଟନା ଦେଇଛନ୍ତି । ତାଙ୍କ କହିବା ଅନୁଯାୟୀ ରତ୍ନଭଣ୍ଡାର ପ୍ରସଙ୍ଗ ଏଜେଣ୍ଡାରେ ନଥିଲା ତେଣୁ ତାକୁ ନେଇ କୌଣସି ଆଲୋଚନା ହୋଇନାହିଁ । ତେବେ ଯେତେବେଳେ ଏହି ରତ୍ନ ଭଣ୍ଡାର ପ୍ରସଙ୍ଗ ନେଇ ଆଲୋଚନା ହେବ ସେତେବେଳେ ଜଣାଇଦିଆଯିବ ବୋଲି କହିଛନ୍ତି ପରିଚାଳନା କମିଟିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ ।

Get real time updates directly on you device, subscribe now.