fbpx

ରାସନ କାର୍ଡରେ ଦତ୍ତାଙ୍କ ବଦଳରେ ଲେଖାଯାଇଥିଲା କୁତା: ରାଗିଯାଇ ଆରମ୍ଭ କରିଥିଲେ ଭୁକିବା

ନୂଆଦିଲ୍ଲୀ:ବେଳେବେଳେ ଆଧାର କାର୍ଡ କିମ୍ବା ରାସନ କାର୍ଡରେ କିଛି ସୂଚନା ଭୁଲ ହୋଇଯାଏ । ବେଳେବେଳେ ନାମରେ ଭୁଲ ହୋଇଥାଏ ଏବଂ ବେଳେବେଳେ ଠିକଣା ମଧ୍ୟ ଭୁଲ ହୋଇ ଯାଇଥାଏ । କିନ୍ତୁ ଜଣେ ବ୍ୟକ୍ତିଙ୍କ ରାସନ କାର୍ଡରେ ଏପରି ଭୁଲ ହୋଇଥିଲା ଯେ ସେ ବହୁତ ରାଗି ଯାଇଥିଲେ । ରାଗି ଯାଇ ଏପରି କିଛି କରିଥିଲେ ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ବ୍ୟକ୍ତି ଜଣକ ଏପରି କିଛି କାଣ୍ଡ କରିଥିଲେ ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓରେ, ଜଣେ ବ୍ୟକ୍ତି କୁକୁର ପରି ଭୁକିବା ଦେଖାଯାଇଛି । ବର୍ତ୍ତମାନ ଆପଣ ନିଶ୍ଚୟ ଭାବୁଥିବେ ଯେ କୌଣସି ବ୍ୟକ୍ତି ରାସ୍ତାରେ ଏପରି କାର୍ଯ୍ୟ କାହିଁକି କରୁଛନ୍ତି? ଏହା ପଛରେ ରହିଥିବା କାରଣ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମିଳିଥିବା ସୂଚନା ଅନୁଯାୟୀ, ବ୍ୟକ୍ତିଙ୍କ ରାସନ କାର୍ଡରେ ଭୁଲ ନାମ ଛପାଯାଇଥିଲା। ତେବେ ସେହି ବ୍ୟକ୍ତିଙ୍କ ନାମ ଦତ୍ତା କିନ୍ତୁ ଭୁଲରେ ଏହା ବଦଳରେ କୁତା ଲେଖାଯାଇଥିଲା । “ଦ’ ଶବ୍ଦ ବଦଳରେ “କ’ ଲେଖାଯିବା ସହିତ ଏହି ଶବ୍ଦର ଅର୍ଥରେ ପରିବର୍ତ୍ତନ ଆସିଥିଲା । ଏହି କାରଣରୁ ବ୍ୟକ୍ତି ଜଣକ ରାଗି ଯାଇ ଅଧିକାରୀଙ୍କ ସାମ୍ନାରେ କୁକୁର ପରି ଭୁକିବା ଆରମ୍ଭ କରିଥିଲେ।

ମାତ୍ର ୪୬ ସେକେଣ୍ଡର ଏହି ଭିଡିଓ ଦେଖି ଲୋକମାନେ ଭିନ୍ନ ପ୍ରତିକ୍ରିୟା ଦେବାରେ ଲାଗିଛନ୍ତି । ଏହି ଭୁଲ ପାଇଁ ସଂପୃକ୍ତ ଅଧିକାରୀଙ୍କ ନିକଟରେ କ୍ଷମା ମାଗିବା ବିଷୟରେ କିଛି ଲୋକ ପ୍ରତିକ୍ରିୟା ରଖିଥିବା ବେଳେ କିଛି ଲୋକ ଏହି ବ୍ୟକ୍ତିଙ୍କ ଅବସ୍ଥାକୁ ଦେଖି ହସୁଥିବାର ଦେଖାଯାଇଥିଲା। ଏହି ପ୍ରକାର ଭୁଲ ପାଇଁ ବ୍ୟକ୍ତ ଜଣଙ୍କ ଏପରି ବ୍ୟବହାର କରିଥିବାରୁ ଅନେକ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି ।

Get real time updates directly on you device, subscribe now.