fbpx

ରାସ୍ତାକଡ଼ରେ ଖାଦ୍ୟ ବିକୁଥିଲେ ସାବଧାନ୍! BMC ଜାରିକଲା ନୂଆ ନିୟମ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀବାସୀଙ୍କୁ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ଦୃଷ୍ଟିରୁ ବିଏମସି ଅନେକ ସମୟରେ ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରିଆସୁଛି । ଏହି ପରିପ୍ରେକ୍ଷୀରେ ବିଏମସି ରାସ୍ତାକଡ଼ ଖାଦ୍ୟ ତିଆରି ଦୋକାନୀଙ୍କ ପାଇଁ କଟକଣା ଜାରି କରିଛି । ଏହି କଟକଣା ଅନୂଯାୟୀ ଏଣିକି ରାସ୍ତାକଡ଼ରେ ଖାଦ୍ୟ ତିଆରି କରୁଥିବା ବ୍ୟବସାୟୀଙ୍କୁ କିଛି ନିୟମ ମାନିବାକୁ ପଡ଼ିବ । ଆଉ ଯଦି ସେମାନେ ଏହାର ଉଲ୍ଲଘଂନ କରୁଛନ୍ତି ତେବେ ଏଥିପାଇଁ ଦୋକାନ ବନ୍ଦ ସହ ଜରିମାନା ମଧ୍ୟ ଦେବାକୁ ପଡ଼ିବ ।

ବିଏମସିର ନୂଆ ନିୟମ ଅନୂଯାୟୀ, ଫୁଟପାଥ୍ ଓ ଡ୍ରେନ୍ ଉପରେ କୌଣସି ଫୁଡ୍ ଆଉଟଲେଟ୍ ରହିପାରିବ ନାହିଁ । ଯେଉଁ ଫୁଡ୍ ଆଉଟଲେଟ୍ ପାଖରେ ପାର୍କିଂ ପାଇଁ ସ୍ଥାନ ନଥିବ ସେଠାରେ ଖାଇବା ବାରଣ । କାରଣ ଏହାଦ୍ୱାରା ଟ୍ରାଫିକ୍ ସମସ୍ୟା ଉପୁଜିବା ସହ ଖାଦ୍ୟ ଅପରିଷ୍କାର ମଧ୍ୟ ହେଉଛି । ପାର୍କିଂ ସ୍ଥାନ ନଥିଲେ ଅନଲାଇନ୍ ଡେଲିଭରି କିମ୍ବା ଟେକ୍ ହୋମ୍ ପାଇଁ ନିର୍ଦ୍ଦେଶ । ପାର୍କିଂ ସ୍ପେଶ୍ ଥିବା ଫୁଡ୍ ଆଉଟଲେଟ୍ ରେ ସ୍ୱଚ୍ଛତା ଏବଂ ପରିମଳ ବଜାୟ ରଖିବାକୁ ପରାମର୍ଶ ଦିଆଯାଇଛି । । ବିଏମସି ଅଧୀନ ନୋ ଭେଣ୍ଡିଂ ଜୋନରେ ଫୁଡ୍ ଆଉଟଲେଟ୍ ସମ୍ପୂର୍ଣ୍ଣ ମନା । କଟକଣା ନମାନିଲେ ବନ୍ଦ କରିବା ସହ ଜରିମାନା ଲଗାଯିବ ।

Get real time updates directly on you device, subscribe now.