fbpx

କରୋନା ମୁକାବିଲା ପାଇଁ ତୟାର ସରକାର: ରାଜଧାନୀରେ କୋଭିଡ ହସ୍ପିଟାଲ ଓ ବେଡ ସଂଖ୍ୟା ବଢିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂଖ୍ୟା ବଢି ଚାଲିଥିବା ବେଳେ କରୋନା ମୁକାବିଲା ପାଇଁ ସରକାର ସଜାଗ ହୋଇଛନ୍ତି । ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜଧାନୀ ଭୁବନେଶ୍ୱରରେ ଘରୋଇ ହସ୍ପିଟାଲରେ କରୋନା ବେଡ ସଂଖ୍ୟା ବଢା ଯାଇଛି । ସମ ଏବଂ ଆଦିତ୍ୟ ଅଶ୍ୱିନୀକୁ ମିଶାଇ ହସ୍ପିଟାଲ ସଂଖ୍ୟା ୪ରେ ପହଞ୍ଚିଛି ।
ଏହା ସହିତ ରାଜଧାନୀରେ ସମୁଦାୟ କୋଭିଡ ଶଯ୍ୟା ସଂଖ୍ୟା ୧୮୬୪କୁ ବୃଦ୍ଧି ପାଇଛି । ପୂର୍ବରୁ ସମରେ ୮୧୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ରହିଥିବା ବେଳେ ବର୍ତ୍ତମାନ କିମସ ଓ ହାଇଟେକ୍ ସହିତ ଚୁକ୍ତି କରିଛି ବିଏମସି । କିମ୍ସରେ ୫୦୦ ଏବଂ ହାଇଟେକରେ ୧୩୯ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ନିର୍ମାଣ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ବିଏମସି ପକ୍ଷରୁ ଅନୁମତି ମିଳିଛି ।

Get real time updates directly on you device, subscribe now.