fbpx

ମହାନଦୀରେ ଛାତ୍ର ବୁଡ଼ିଯିବା ଘଟଣା, ୩ ମୃତଦେହ ଉଦ୍ଧାର

କଟକ(ଓଡ଼ିଶା ଭାସ୍କର): ମହାନଦୀରେ ୪ ଜଣ ଛାତ୍ର ବୁଡ଼ିଯିବା ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତଦେହ ଉଦ୍ଧାର ହୋଇଛି । ଆଉ ଜଣେ ଛାତ୍ର ଏବେ ବି ନିଖୋଜ ଅଛନ୍ତି । ସମସ୍ତ ଛାତ୍ର ପୋତାପୋଖରୀ ଓ ବିନାୟକ ନଗର ଅଞ୍ଚଳର ହୋଇଥିବା ଜଣାପଡିଛି । ନିଖୋଜ ଛାତ୍ରଙ୍କୁ ଉଦ୍ଧାର କରିବା ପାଇଁ ପ୍ରୟାସ ଜାରି ରହିଛି । ମୃତ ଓ ନିଖୋଜ ସମସ୍ତ ୪ ଜଣ ଅଷ୍ଟମ ଶ୍ରେଣୀର ଛାତ୍ର ହୋଇଥିବା ସୂଚନା ମିଳିଛି ।

ତେବେ ଗତକାଲି ମହାନଦୀର କଟକ ଭଦିମୂଳ ଘାଟ ନିକଟରେ ଏଭଳି ଅଘଟଣା ଘଟିଥିଲା । ଗତକାଲି ରାତିରେ ଜଣଙ୍କର, ଏବେ ଆଉ ୨ ଜଣ ଛାତ୍ରଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଗତକାଲି ଉଦ୍ଧାର ହୋଇଥିବା ମୃତ ଛାତ୍ର ପୋତାପୋଖରୀ ଅଞ୍ଚଳର କ୍ଷେତ୍ରବାସୀ ବେହେରା । ଆଜି ଉଦ୍ଧାର ହୋଇଥିବା ୨ ମୃତ ଛାତ୍ର ହେଉଛନ୍ତି ଚନ୍ଦନ ବେହେରା ଓ ଆକାଶ ବାହାଳିଆ ।

Get real time updates directly on you device, subscribe now.