ରାଜଧାନୀରେ ଚାଞ୍ଚଲ୍ୟ, ତଣ୍ଟି କାଟି ହତ୍ୟା ପରେ, ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲେ ଶବ
ଜଘନ୍ୟ କାଣ୍ଡ। ପ୍ରଥମେ ଯୁବତୀଙ୍କୁ ଅପହରଣ। ପରେ ହତ୍ୟା। ଆଉ ତାପରେ ପଥରରେ ହାତ ଗୋଡ଼ ବାନ୍ଧି କେନାଲରେ ଫିଙ୍ଗିଦେଲେ ଯୁବତୀଙ୍କ ଶବ।
ନୂଆଦିଲ୍ଲୀ: ରାଜଧାନୀରେ ନିର୍ମମ ହତ୍ୟା। ଯୁବତୀଙ୍କ ଗଳା କାଟି ହତ୍ୟା କରିବା ପରେ। ପଥରରେ ବାନ୍ଧି କେନାଲକୁ ଫିଙ୍ଗିଦେଲା ଶବ। ମାର୍ଚ୍ଚ ୧୨ ତାରିଖରୁ ଝିଅଟି ନିଖୋଜ ଥିବା ବେଳେ, ଏବେ କେନାଲ ଭିତରୁ ମୃତଦେହ ଉଦ୍ଧାର କରାଯାଇଛି।
ଯେତେବେଳେ ଝିଅଟିର ଶବ ପାଣି ଭିତରେ ରହି ରହି ଫୁଲିବାକୁ ଲାଗିଲା। ସେତେବେଳେ ଉପରେ ଭାସିଲା। ଏବଂ ଖବର ଚାରିଆଡେ ବ୍ୟାପିଗଲା। ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଇଲା। ପରେ ଘଟଣାର ତଦନ୍ତ କରି ପୋଲିସ ଜଣଙ୍କୁ ଅଟକ ରଖିଛି।
ଯୁବତୀଙ୍କ ତଣ୍ଟି କାଟି ହତ୍ୟା: ତେବେ ଏହି ଘଟଣା ଦେଖିବାକୁ ମିଳିଛି ରାଜଧାନୀ ଦିଲ୍ଲୀର ଛାୱାଲା ଅଞ୍ଚଳରେ। ଯେଉଁଠାରେ କୋମଲ ନାମକ ଜଣେ ଝିଅ, ଯିଏକି ସୀମାପୁରୀ ଥାନା ଅଞ୍ଚଳର ସୁନ୍ଦର ନଗରୀର ବାସିନ୍ଦା। ହଠାତ୍ ମାର୍ଚ୍ଚ ୧୨ ତାରିଖରୁ କେଉଁଆଡେ ନିଖୋଜ ହୋଇଗଲା।
ପରିବାର ଲୋକେ ଅନେକ ଖୋଜାଖୋଜି ପରେ ମଧ୍ୟ ଝିଅର ପତ୍ତା ମିଳିନଥିଲା। ହେଲେ ଦୀର୍ଘ ୮ ଦିନ ପରେ କେନାଲ ଭିତରେ ଝିଅର ମୃତ ଦେହ ଭାସୁଥିବାର ଦେଖିବାକୁ ମିଳିଥିଲା। କେହି ଜଣେ ଝିଅର ତଣ୍ଟି କାଟି ହତ୍ୟା କରିବା ପରେ, ପଥର ବାନ୍ଧି କେନାଲକୁ ଫିଙ୍ଗି ଦେଇଥିଲା।
ଅଭିଯୁକ୍ତ ଗିରଫ: ପୋଲିସର ସୂଚନାନୂସାରେ, ଝିଅଟି ଯେତେବେଳେ ନିଖୋଜ ଥିଲା ସେତେବେଳେ ତାଙ୍କର ଜଣେ ପରିଚିତ ବନ୍ଧୁ ଆସିଫ ନାମକ ଜଣେ ଯୁବକକୁ ସନ୍ଦେହ କରୁଥିଲା। ଏବଂ ପରେ ଜଣାପଡିଲାକି, ଆସିଫ୍ ଜଣେ ଟ୍ୟାକ୍ସି ଡ୍ରାଇଭର ଏବଂ କୋମଲଙ୍କ ପୁରୁଣା ପରିଚିତ ବନ୍ଧୁ।
ମାର୍ଚ୍ଚ ୧୨ ତାରିଖରେ ସେ ସୀମାପୁରୀ ଅଞ୍ଚଳରୁ କୋମଲକୁ ତାଙ୍କ କାରରେ ଉଠାଇ ନେଇଥିଲେ। କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଯାହା ପରେ ଆସିଫ୍ କୋମଲଙ୍କୁ ଗଳାକାଟି ହତ୍ୟା କରି ତାଙ୍କ ମୃତଦେହକୁ କେନାଲରେ ଫିଙ୍ଗି ଦେଇଥିଲା।
ମିଳିଲା ମୃତଦେହ: ଆଉ ଯେତେବେଳେ ଝିଅଟିର ଶରୀର ପାଣି ଭିତରେ ଫୁଲିବାକୁ ଲାଗିଲା ସେତେବେଳେ, ଉପରେ ଭାସିଲା। ତା’ପରେ ପୋଲିସ ଏ ବିଷୟରେ ସୂଚନା ପାଇଲା। ଯାହା ପରେ ଦ୍ୱାରକା ଜିଲ୍ଲା ପୋଲିସ ଛାୱାଲା ଥାନାରେ ଏକ ହତ୍ୟା ମାମଲା ରୁଜୁ କରିଥିଲା।
କୋମଲଙ୍କ ଅପହରଣ ମାମଲା ସୀମାପୁରୀ ପୋଲିସ ଷ୍ଟେସନରେ ରୁଜୁ ହୋଇଥିଲା। ବର୍ତ୍ତମାନ ପୋଲିସ ଅଭିଯୁକ୍ତ ଆସିଫକୁ ଗିରଫ କରିଛି। ପୋଲିସ ହତ୍ୟାକାଣ୍ଡରେ ବ୍ୟବହୃତ କାରଟିକୁ ମଧ୍ୟ ଜବତ କରିଛି। ଆସିଫଙ୍କ ସହିତ ଅନ୍ୟ ଦୁଇ ଜଣ କିଏ ଥିଲେ ତାହା ଯାଞ୍ଚ କରାଯାଉଛି।