(Video) ପାଇଲଟ୍ ସୁମିତଙ୍କ ଶେଷ ଦର୍ଶନ: ୮୦ ବର୍ଷୀୟ ବାପା ହେଲେ ବିଭୋର, ଆଖିରୁ ଝରିପଡ଼ୁଛି ଧାର ଧାର ଲୁହ

ଅହମଦାବଦ୍ ବିମାନ ଦୁର୍ଘଟଣାରେ ପ୍ରାଣ ହାରିଥିଳେ ପାଇଲଟ୍ ସୁମିତ । ଡିଏନଏ ଟେଷ୍ଟ ପରେ ମୁମ୍ବାଇ ଆସିଲା ମରଶରୀର ।

ମୁମ୍ବାଇ: ମଙ୍ଗଳବାର ମୁମ୍ବାଇରେ ପହଞ୍ଚିଛି ମୃତ ପାଇଏଟ୍ ସୁମିତ ସଭାରୱାଲଙ୍କ ମରଶରୀର । କାସ୍କେଟରେ ସୁମିତଙ୍କ ଅବଶେଷ ଆଜି ସକାଳେ ମୁମ୍ବାଇ ସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଛି ।

ସୁମିତଙ୍କ ଶେଷ ଦର୍ଶନ ପାଇଁ ପରିବାର, ପିୟଜନ ଓ ଆଖପାଖ ଲୋକଙ୍କ ସୁଅ ଛୁଟିଛି । ବର୍ତ୍ତମାନ ପୋୱାଇସ୍ଥିତ ଜଳ ବାୟୁ ବିହାରରେ ଅବସ୍ଥିତ ସୁମିତଙ୍କ ଘଷର ତାଙ୍କ ଅବଶେଷ ରଖାଯାଇଛି ।

କିଛି ସମୟ ପରେ ଚକାଲା ଇଲେକ୍ଟ୍ରିକ୍ ମଶାଣିରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯିବ । ପୁଅର ମର ଶରୀର ଆଗରେ ୮୦ ବଷୀୟ ବାପା ବିଭୋର ହୋଇଯିବାର ଦେଖିବାକୁ ମିଳିଛି । ତାଙ୍କ ଆଖିରୁ ଖସିପଡ଼ୁଛି ଧାର ଧାର ଲୁହ ।

୫୬ ବର୍ଷୀୟ ସୁମିତ ମୁମ୍ବାଇରେ ତାଙ୍କ ବାପାଙ୍କ ସହ ରହୁଥିଲେ । ଗତ ୧୨ ତାରିଖରେ ଅହମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନ କ୍ରାସ୍ ହେବା ପରେ ୨ ପାଇଲଟଙ୍କ ସମେତ ୨୪୧ ଜଣ ଯାତ୍ରୀ ପ୍ରାଣ ହରାଇଥିଲେ ।

ସୁମିତଙ୍କ ସହିତ ବିମାନରେ ଫାଷ୍ଟ ଅଫିସର କ୍ଲିଭ କୁଣ୍ଡର ଉପସ୍ଥିତ ଥିଲେ । ସୁମିତ ନିଜ ଚାକିରିକାଳ ମଧ୍ୟରେ ୮୨୦୦ ଘଣ୍ଟାର ବିମାନ ଉଡ଼ାଣ କରିଛନ୍ତି ।