fbpx
BSKY SKY
BSKY SKY

ହରିୟାଣାର ରେୱାରୀରେ ବଏଲର ବିସ୍ଫୋରଣ: ୧୦୦ରୁ ଅଧିକ ଜଣ ଆହତ

BSKY

ରେୱାରୀ ବିସ୍ଫୋରଣ: ଶନିବାର ସନ୍ଧ୍ୟାରେ ହରିୟାଣାର ରେୱାରୀରେ ଥିବା ଏକ କାରଖାନାର ବଏଲର ବିସ୍ଫୋରଣରେ ଅନେକ କର୍ମଚାରୀ ଆହତ ହୋଇଛନ୍ତି। ତେବେ ସିଭିଲ୍ ସର୍ଜନ ଡ଼.ସୁରେନ୍ଦର ଯାଦବଙ୍କ ସୂଚନା ଅନୁଯାୟୀ ଏହି ଘଟଣା ସହରର ଧାରୁହେରା ଅଞ୍ଚଳରେ ଘଟିଛି। “ଆମେ ଡାକ୍ତରଖାନାଗୁଡ଼ିକୁ ସତର୍କ କରାଇ କାରଖାନାକୁ ଆମ୍ବୁଲାନ୍ସ ପଠାଇଛୁ। ଏଥିରେ ପ୍ରାୟ ଅନେକ ଜଣ ଆହତ ହୋଇଛନ୍ତି ଏବଂ ସେଠାରେ ଜଣେ ଗୁରୁତର ରୋଗୀ ଅଛନ୍ତି ଯାହାକୁ ରୋହତକକୁ ସ୍ଥାନାନ୍ତର କରାଯାଇଛି ବୋଲି ସେ କହିଛନ୍ତି।”

ତେବେ ଦି ଟ୍ରିବ୍ୟୁନ୍ ଅନୁଯାୟୀ, ରାତି ପ୍ରାୟ ୭ ଟାରେ ‘ଲାଇଫ୍ ଲଙ୍ଗ୍ କାରଖାନା’ରେ ଏହି ବିସ୍ଫୋରଣ ହୋଇଥିଲା। ଚଏଓଗଝ, ରୋହତକ, ନିର୍ଦ୍ଦେଶକ ଡ଼.ଏସ୍ ଲୋହବାବଙ୍କ ଉଦ୍ଧେଶ୍ୟରେ ଖବରକାଗଜରେ କୁହାଯାଇଛି ଯେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଆବଶ୍ୟକ ବ୍ୟବସ୍ଥା କରାଯିବା ସହ ଟ୍ରମା କେନ୍ଦ୍ରର ଡାକ୍ତରମାନଙ୍କୁ ସତର୍କ କରାଯାଇଛି। ଫାୟାର ଇଞ୍ଜିନ ଏବଂ ଆମ୍ବୁଲାନ୍ସକୁ କାରଖାନାକୁ ନିଆଯାଇଥିଲା। ଅନ୍ୟପଟେ ପରିସ୍ଥିତିକୁ ଅନୁଧ୍ୟାନ କରିବା ପାଇଁ ଦୁର୍ଘଟଣାସ୍ଥଳରେ ପୋଲିସ ଏବଂ ପ୍ରଶାସନିକ ଅଧିକାରୀ ପହଞ୍ଚିଛନ୍ତି।

ଏଠାରେ କହି ରଖୁ ଯେ, ଏହି ବଏଲର ବିସ୍ଫୋରଣରେ ୧୦୦ରୁ ଅଧିକ ଜଣ ଆହତ ହୋଇଥିବା ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

 

 

Get real time updates directly on you device, subscribe now.