fbpx

ସୋରରେ କାଉଡ଼ିଆଙ୍କ ବୋଲବମ୍ ଯାତ୍ରା, ଧର୍ମ ଆଉ ନିୟମ ଭିତରେ ଅଘୋଷିତ ଲଢ଼େଇ!

ବାଲେଶ୍ୱର(ଓଡ଼ିଶା ଭାସ୍କର): ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ବୋଲବମ୍ ଯାତ୍ରା ଉପରେ ପ୍ରତିବନ୍ଧକ ଲଗାଇଥିଲେ ସରକାର । ଲୋକଙ୍କ ଧାର୍ମିକ ଭାବ ଅପେକ୍ଷା ଜନଜୀବନ ସୁରକ୍ଷା ପାଇଁ ଦିଆଯାଇଥିଲା ଗୁରୁତ୍ୱ । କିନ୍ତୁ ମୌସୁମୀ ବର୍ଷାର ଅନିୟମିତତା ପାଇଁ ଚାଷୀକୂଳ ହତାଶ ହୋଇଥିôବାରୁ ଦେବ ଦେବ ମହାଦେବଙ୍କୁ ପାଣି ଢାଳିଲେ ଭଲ ବର୍ଷା ହେବ ବୋଲି ମତ ପ୍ରକାଶ ପାଇଛି । ଆଉ ଏହି ଚିନ୍ତାରେ ବାଲେଶ୍ୱର ଜିଲ୍ଲା ସୋର ଅଞ୍ଚଳରେ କାଉଡ଼ିଆମାନେ ପାଣିଭାର ନେଇ ଶିବଙ୍କ ନିକଟରେ ଅର୍ପଣ କରିଛନ୍ତି ।

ସୋର ଥାନା ମାଣିପୁରୁ ଗ୍ରାମରେ ଶ୍ରାବଣ ମାସ ପ୍ରଥମ ଦିନକୁ ଦୃଷ୍ଟିରେ ରଖି କାଉଡ଼ିଆମାନେ ମହାଦେବଙ୍କୁ ପାଣି ଲାଗି କରିଛନ୍ତି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ମଧ୍ୟ ବୋଲବମ୍ ଉପରେ ରୋକ୍ ଲଗା ଯାଇ ଥିଲେ ମଧ୍ୟ ଚାଷ ଜମିରେ ପାଣି ନଥିବାରୁ ବର୍ଷ ପାଇଁ ମହାଦେବଙ୍କ ପାଖରେ ପାଣି ଢାଳିଲେ ବର୍ଷା ହେବ ବୋଲି କହିଛନ୍ତି କାଉଡ଼ିଆମାନେ । ସରକାରଙ୍କ ଗାଇଡଲାଇନ୍ ଅନୁସାରେ କାଉଡ଼ିଆମାନେ କୌଣସି ଧାର୍ମିକ ସ୍ଥାନକୁ ଜଳଧରି ଯାତ୍ରା କରିପାରିବେ ନାହିଁ । ଗତବର୍ଷ ମଧ୍ୟ କାଉଡ଼ିଆ ଯାତ୍ରାକୁ ରାଜ୍ୟ ସରକାର ବାରଣ କରିଥିଲେ । ଚଳିତ ବର୍ଷ ରାଜ୍ୟରେ କୋରନାର ଦ୍ୱିତୀୟ ଲହର କାଳରେ ସଂକ୍ରମଣ ହାର କିଛିଟା କମିଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟା ଚିନ୍ତାଜନକ ରହିଛି । ସଂକ୍ରମଣ ସମ୍ପୂର୍ଣ୍ଣ ନିୟନ୍ତ୍ରଣରେ ନଥିବାରୁ ରାଜ୍ୟ ସରକାର ବୋଲବମ ଯାତ୍ରା ଉପରେ କଟକଣା ଲଗାଇ ଥିଲେ ।

Get real time updates directly on you device, subscribe now.