fbpx

ପୁଣି ଟ୍ରେନ ଦୁର୍ଘଟଣା: ପାରାଦୀପରେ ବୋଲେରୋକୁ ଘୋଷାଡ଼ି ନେଇଗଲା ଲୌହଦାନବ

ପାରାଦୀପ: କିଛି ଦିନର ଶାନ୍ତି ପରେ ପୁଣି ଉଗ୍ର ରୂପ ନେଇଛି ଟ୍ରେନ । ପୁଣିଥରେ ଓଡ଼ିଶାରେ ଟ୍ରେନ ଦୁର୍ଘଟଣା ଦେଖିବାକୁ ମିଳିଛି । ପାରାଦୀପରେ ଏକ ବୋଲେରୋ ଗାଡ଼ିକୁ ଘୋଷାଡ଼ି ନେଇ ଯାଇଛି ଲୌହଦାନବ । ବନ୍ଦରର ନିଷିଧାଞ୍ଚଳରେ ଏଭଳି ଏକ ଘଟଣା ଘଟିଯାଇଛି । ସାମାନ୍ୟ ଅସାବଧାନତା ଯୋଗୁଁ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛି ବୋଲେରୋ ଏବଂ ଯାତ୍ରୀ । ତେବେ ସମସ୍ତେ ସୁରକ୍ଷିତ ଥିବା ନେଇ ସୂଚନା ମିଳିଛି ।

ସୂଚନା ଅନୁସାରେ, ଆଜି ସକାଳେ ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ମଧ୍ୟରେ ଥିବା ଏସିଏଚପି କ୍ୟାଣ୍ଟିନ ନିକଟରେ ଏକ ଟ୍ରେନ ଦୁର୍ଘଟଣା ଘଟିଯାଇଛି । ବୋଲେରୋ ଗାଡ଼ି ଯାଉଥିବା ବେଳେ ହଠାତ୍ ଟ୍ରେନ ଟ୍ରାକରେ ଯାଇ ଅଟକି ଯାଇଥିଲା । ଫଳରେ ସେପଟୁ ଆସୁଥିବା ଏକ ମାଲବାହୀ ଟ୍ରେନ ରେଳ ଧାରଣାରେ ଠିଆ ହୋଇଥିବା ବୋଲେରୋକୁ କିଛି ଦୂର ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିବା ଦେଖିବାକୁ ମିଳିଛି । ଏହି ଦୁର୍ଘଟରାରେ ପ୍ରାୟ ୩୦ ମିନିଟ ପର୍ଯ୍ୟନ୍ତ ବୋଲେରୋକୁ ଟ୍ରେନଟି ଘୋଷାଡ଼ି ନେଇଛି । ତେବେ ଗାଡ଼ି ଚାଳକଙ୍କ ଅସାବଧାନତା ହିଁ ଏଭଳି ଏକ ଦୁର୍ଘଟଣାର କାରଣ ବୋଲି କୁହାଯାଉଛି । ଅନ୍ୟମନସ୍କ ହୋଇ ଗାଡ଼ି ଚଳାଉଥିବା ବେଳେ ହଠାତ୍ ଟ୍ରେନ ଲାଇନରୁ ଗାଡ଼ି ବାହାର କରିବାରେ ସେ ବିଫଳ ହୋଇଥିଲେ । ତେବେ ଟ୍ରେନ ଦୁର୍ଘଟଣାରେ ମଧ୍ୟ ବୋଲରୋରେ ଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ତିବା ନେଇ ସୂଚନା ମିଳିଛି ।

Get real time updates directly on you device, subscribe now.