fbpx

ଆରପାରିରେ ବଲିଉଡର ବରିଷ୍ଠ ଅଭିନେତା ବିକ୍ରମ ଗୋଖଲେ: ୭୫ ବର୍ଷ ବୟସରେ ଦେହାନ୍ତ

ନୂଆଦିଲ୍ଲୀ: ‘ହମ୍ ଦିଲ୍ ଦେ ଚୁକେ ସାନମ୍’, ‘ଭୁଲ୍ ଭୁଲେଈୟା’ ଭଳି ଅନେକ ସୁପରହିଟ୍ ଫିଲ୍ମରେ ଅଭିନୟ କରିଥିବା ବଲିଉଡର ଭେଟେରାନ୍ ଅଭିନେତା ବିକ୍ରମ ଗୋଖଲେଙ୍କ ପୁଣେରେ ଶନିବାର ଦିନ ଦେହାନ୍ତ ହୋଇଛି। ତାଙ୍କୁ ୭୫ବର୍ଷ ବୟସ ହୋଇଥିଲା ଏବଂ ଗତ କିଛି ଦିନ ହେବ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ବିକ୍ରମ ଗୋଖଲେଙ୍କ ମୃତ୍ୟୁକୁ ନେଇ ବଲିଉଡ ଜଗତରେ ଶୋକର ଛାୟା ଖେଳିଯାଇଛି । ବିକ୍ରମ ଗୋଖଲେ ଟେଲିଭିଜନ ଶୋ ଭଳି ଅନେକ ବଲିଉଡ ଫିଲ୍ମରେ କାମ କରିଥିଲେ। ଗତ ଶୁକ୍ରବାର ଦିନ ତାଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଖବର ଆସିଥିଲା, କିନ୍ତୁ ବର୍ତ୍ତମାନ ତାଙ୍କ ମୃତ୍ୟୁ ଖବର ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଛନ୍ତି ।

ତେବେ ବିକ୍ରମଙ୍କର ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତରଙ୍କ ବହୁ ପରିଶ୍ରମ ପରେ ବି ତାଙ୍କୁ ବଞ୍ଚାଇ ପାରିଲେ ନାହିଁ। ଆଜି ସନ୍ଧ୍ୟା ୪ଟାରେ ତାଙ୍କ ପାର୍ଥିବ ଶରୀରର ଅନ୍ତିମ ଦର୍ଶନ କରାଯିବ । ଗତକାଲି ଅଭିନେତାଙ୍କର ଜଣେ ବନ୍ଧୁ ରାଜେଶ ଦାମଲେ କହିଥିଲେ, ବିକ୍ରମ ଗୋଖଲଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ରହିଥିଲା । ଡାକ୍ତର ନିଜ ତରଫରୁ ସମସ୍ତ ଚେଷ୍ଟା ଜାରି ରଖିଥିଲେ । ଡାକ୍ତରଙ୍କ କହିବାନୁଯାୟୀ, ତାଙ୍କ ଶରୀର ଏବେ କୌଣସି ଚିକିତ୍ସାକୁ ଗ୍ରହଣ କରୁନାହିଁ। ଗତ ୨୪ ଘଣ୍ଟା ହେଲାଣି ଜୀବନ ସହିତ ଯୁଦ୍ଧ କରୁଥିଲେ। ମଲ୍ଟିଅର୍ଗାନ ଫେଲିଅର ହେବା ଯୋଗୁଁ ଭେଣ୍ଟିଲେଟରରେ ରହିଥିଲେ। ଡାକ୍ତର ସମସ୍ତ ପ୍ରକାରର ଚେଷ୍ଟା ବଞ୍ଚାଇ ପାରିଲେ ନାହିଁ।

ବିକ୍ରମ ଗୋଖଲେ ୨୬ ବର୍ଷ ବୟସରେ ୧୯୭୧ରେ ଅଭିତାଭ ବଚ୍ଚନଙ୍କ ସହିତ ଫିଲ୍ମ ‘ପରଓ୍ଵାନା’ରେ କ୍ୟାରିଅର ଆରମ୍ଭ କରିଥିଲେ । ୪୦ ବର୍ଷରୁ ଅଧିକ ସମୟ କ୍ୟାରିଅରରେ ଗୋଖଲେ ମରାଠୀ, ବଲିଉଡ ଫିଲ୍ମରେ କାମ କରିଛନ୍ତି। ୧୯୯୦ରେ ଅଗ୍ନିପଥ, ୧୯୯ରେ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ହମ୍‌ ଦିଲ୍‌ ଦେ ଚୁକେ ସନମ୍‌’ରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କ ବାପାଙ୍କ ଭୂମିକାରେ ଅଭିନୟ କରିଥିଲେ। ସେ ଭୁଲ୍‌ ଭୁଲୈୟା, ଦିଲ୍‌ ସେ, ଦେ ଦନାଦନ, ହିଚକୀ, ନିକମ୍ମା ଓ ମିଶନ ମଙ୍ଗଲ ଭଳି ଅନେକ ବଲିଉଡ୍‌ ହିଟ୍‌ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିଲେ ।

 

Get real time updates directly on you device, subscribe now.