fbpx

ନିଷ୍କ୍ରିୟ ବେଳେ ଫୁଟିଲା ବୋମା, ଜଣେ ହାବିଲଦାର ମୃତ

ଭୁବନେଶ୍ୱର: କଟକରେ ଜବତ କରାଯାଇଥିବା ଏକ ବୋମାକୁ ନିଷ୍କ୍ରିୟ କଲାବେଳେ ଏହା ଫୁଟିଛି । ନିଷ୍କ୍ରିୟକାରୀ ପୋଲିସ ଟିମ୍‌ରେ ଥିବା ଜଣେ ହାବିଲଦାର ଏହି ଘଟଣାରେ ମୃତ୍ୟୁବରଣ କରିଛନ୍ତି । ନିଷ୍କ୍ରିୟକାରୀ ପୋଲିସ୍ ଟିମ୍‌ର କିଛି ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି । ସଦର ଥାନା ଏକ ପରିତ୍ୟକ୍ତ ଘରେ ରଖାଯାଇଥିଲା ଜବତ ବୋମା । ତେବେ କେଉଁ ପରିସ୍ଥିତିରେ ଏହା ଫୁଟିଛି ତାହା ସ୍ପଷ୍ଟ ହୋଇନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.