fbpx

ନିର୍ବାଚନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍, ଘୋଷଣା କଲେ ରାଜ୍ୟ ନିର୍ବାଚନ କମିଶନ

କରୋନା ମହାମାରୀ ପ୍ରକୋପ ମଧ୍ୟରେ ହେବାକୁ ଯାଉଛି ପଞ୍ଚାୟତ ନିର୍ବାଚନ । ଏଥିପାଇଁ ସମସ୍ତ ପ୍ରକ୍ରିୟା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି । ସଂପୂର୍ଣ୍ଣ ଭାବରେ କୋଭିଡ କଟକଣା ପାଳନ ସହ ନିର୍ବାଚନ ଆୟୋଜନ ପାଇଁ ନିର୍ଦ୍ଦେଶ ରହିଛି । ଏହାରି ମଧ୍ୟରେ ପଞ୍ଚାୟତ ନର୍ବାଚନ ଦାୟିତ୍ୱରେ ଥିବା ସବୁ କର୍ମଚାରୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବା ନେଇ ସୋମବାର ଘୋଷଣା କରିଛନ୍ତି ରାଜ୍ୟ ନିର୍ବାଚନ କମିଶନ ।

ପୂର୍ବରୁ ରାଜ୍ୟ ନିର୍ବାଚନ କମିଶନ କର୍ମଚାରୀଙ୍କ ପାଇଁ ନିର୍ବାଚନ ସମୟରେ ମୃତ୍ୟୁ ହେଲେ ଅନୁକମ୍ପା ରାଶିର ଘୋଷଣା କରିଥିଲେ । ନିର୍ବାଚନ ଡ୍ୟୁଟିରେ ମୃତ୍ୟୁ ହେଲେ ସରକାରୀଙ୍କ ଅଧିକାରୀଙ୍କ ପରିବାରକୁ ୩୦ ଲକ୍ଷ ପର୍ଯ୍ୟନ୍ତ ସହାୟତା ମିଳିବା ନେଇ ଘୋଷଣା କରିଥିଲେ ।

ସୂଚନାଯୋଗ୍ୟ ଯେ, ଗତ ୧୩ ତାରିଖରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ି ଏନେଇ ପୂର୍ବରୁ ଘୋଷଣା କରିଥିବା ବେଳେ ସରପଞ୍ଚ, ସମିତି ଓ ଜିଲ୍ଲା ପରିଷଦ ସଭ୍ୟଙ୍କ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ରାଜ୍ୟରେ ଆସନ୍ତା ଫେବୃଆରୀ ୧୬ ତାରିଖରୁ ମୋଟ ୫ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ ।

Get real time updates directly on you device, subscribe now.