fbpx

ବ୍ରିଟେନ୍ ସାଂସଦ ପଦରୁ ଇସ୍ତଫା ଦେଲେ ବୋରିସ୍ ଜନସନ୍, ପାର୍ଟିଗେଟ୍ ଦୁର୍ନୀତିର ଯାଞ୍ଚ ରିପୋର୍ଟ ଆସିବା ପରେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ: ବ୍ରିଟେନରୁ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ବ୍ରିଟେନର ସାଂସଦ ପଦରୁ ତକ୍ରାଳ ପ୍ରଭାବରେ ଇସ୍ତଫା ଦେଇଛନ୍ତି । ଏହି ପଦରୁ ଇସ୍ତଫା ଦେବା ପରେ ଜନସନ କହିଛନ୍ତି ଯେ, ମୋ ନିର୍ବାଚନମଣ୍ଡଳ ଛାଡ଼ି ମୁଁ ବହୁତ ଦୁଃଖିତ । ମୁଁ ମେୟର ଓ ସାଂସଦ ଉଭୟ ଭାବରେ ଏଠାରେ ଥିବା ଲୋକମାନଙ୍କର ସେବା କରିଥିଲି । ଏହା ମୋ ପାଇଁ ଅତ୍ୟନ୍ତ ସମ୍ମାନଜନକ ଥିଲା ।

ତେବେ ପାର୍ଟିଗେଟ ଦୁର୍ନୀତିର ଯାଞ୍ଚ ରିପୋର୍ଟ ଆସିବା ପରେ ସେ ବ୍ରିଟେନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି । କରୋନା ଅବଧି ସମୟରେ ସେ ଲକଡାଉନ୍ ନିୟମର ଉଲ୍ଲଙ୍ଘନ କରିଥିଲେ । ଜନସନଙ୍କ ଉପରେ ବ୍ରିଟେନର ସଂସଦରେ ମିଥ୍ୟା ବିବୃତ୍ତି ଦେଇଥିବା ଅଭିଯୋଗ ହୋଇଥିଲା ।

ସୂଚନା ମୁତାବକ, ୨୦୨୨ରେ ବୋରିସ୍ ଜନସନ ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ । କିନ୍ତୁ ସେ ସାଂସଦ ଭାବରେ କାମ କରୁଥିଲେ । କିନ୍ତୁ ପାର୍ଟିଗେଟ୍ ମାମଲାରେ ଯାଞ୍ଚ ରିପୋର୍ଟ ସାମ୍ନାକୁ ଆସିବା ପରେ ସେ ବ୍ରିଟେନ ସାଂସଦ ପଦରୁ ଇସ୍ତଫା ଦେଇଛନ୍ତି ।

ଜନସନ କହିଛନ୍ତି ଯେ ତାଙ୍କୁ ଅଧିକାର କମିଟି ତରଫରୁ ଏକ ଚିଠି ଆସିଛି ଯେଉଁଥିରେ ସ୍ପଷ୍ଟ ଭାବେ କୁହାଯାଇଛି ଯେ, ସଂସଦକୁ ବିଭ୍ରାନ୍ତ କରିବା ପାଇଁ ସେମାନେ ମୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ମୁଁ ସାଂସଦ ପଦରୁ ଇସ୍ତଫା ଦେଉଛି।

Get real time updates directly on you device, subscribe now.