fbpx

କଲବଲ କରୁଛି ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଅସହ୍ୟ ଗୁଳୁଗୁଳି: ୬ ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ

ଭୁବନେଶ୍ୱର: ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ କଲବଲ କଲାଣି। ତା ସହ ଅସହ୍ୟ ଗୁଳୁଗୁଳି ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହେଲାଣି। ଶନିବାର ସକାଳୁ ଅସହ୍ୟ ରାଜଧାନୀ ଭୁବନେଶ୍ୱରରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି। ଭୁବନେଶ୍ୱର ରେ ସକାଳ ୫ ଟା ୩୦ ସୁଦ୍ଧା ୩୦.୨ ଡ଼ିଗ୍ରୀ ତାପମାତ୍ରା ଥିବା ବେଳେ ଆଦ୍ରତା ୯୬% ରେକର୍ଡ କରାଯାଇଛି। ରାଜ୍ୟରେ ଦିନ ତାପମାତ୍ରାରେ ଆଗାମୀ ୫ ଦିନ ଯାଏଁ ବିଶେଷ ପରିବର୍ତନ ର ସମ୍ଭାବନା ନଥିବାବେଳେ ୩ ରୁ ୪ ଦିନ ଯାଏଁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସହ ଉପକୂଳରେ ଗୁଳୁଗୁଳି ଜାରି ରହିବ। କିଛି କିଛି ସ୍ଥାନରେ ତାପମାତ୍ରା ସ୍ଵାଭାଵିକ ଠାରୁ ୩ ରୁ ୫ ଡ଼ିଗ୍ରୀ ଯାଏଁ ଅଧିକ ରହିବା ସମ୍ଭାବନା ରହିଛି।

ଏହି କ୍ରମରେ ଏବର୍ଷର ସମ୍ୱଲପୁର ଓ ଝାରସୁଗୁଡ଼ାର ତାପମାତ୍ରା ରେକର୍ଡ ଭାଙ୍ଗିଛି । ଶୁକ୍ରବାର ଏହି ଦୁଇ ସହରର ତାପମାତ୍ରା ୪୫ ଡିଗ୍ରୀ ପାର୍ କରିଛି । ଝାରସୁଗୁଡ଼ାରେ ୪୫.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ସମ୍ବଲପୁରରେ ୪୫.୨ଡିଗ୍ରୀ ରେକର୍ଡ ହୋଇଛି । ୨୨ ସହରର ତାପମାତ୍ରା ୪୦ ଡିଗ୍ରୀ ବା ଅଧିକ ରହିଥିବା ବେଳେ ସେଥିରୁ ୬ ସହର ୪୪ ଡିଗ୍ରୀ ଉପରେ ରହିଛି।

ସେହିଭଳି ଶନିବାର ମଧ୍ୟ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଆରୀ ରହିବ। କିଛି ଜିଲ୍ଲାରେ ଅସହ୍ୟ ଗରମ ଓ ଗୁଳୁଗୁଳି ନେଇ ହିଟ୍‌ ୱେଭ୍ ୱାର୍ଣ୍ଣିଂ କରିଛି ଆଂଚଳିକ ପାଣିପାଗ କେନ୍ଦ୍ର । ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ୨୪ ଘଂଟା ମଧ୍ୟରେ ସମ୍ବଲପୁର, ବରଗଡ଼, ସୋନପୁର , ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ହିଟ୍ ୱେଭ୍ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ସମୟ ମଧ୍ୟରେ ମୟୁରଭଂଜ, ବାଲେଶ୍ୱର, ଯାଜପୁର, ଭଦ୍ରକ, ଗଜପତି, ଗଂଜାମ , କନ୍ଧମାଳ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, କେନ୍ଦୁଝର, ରାୟଗଡା ଓ କୋରାପୁଟ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ବିଜୁଳି ଘଡଘଡି ସହ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲାଗୁଡିକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ଆସନ୍ତାକାଲି ପାଇଁ ଝାରସୁଗୁଡା, ସମ୍ବଲପୁର, ବରଗଡ଼, ସୋନପୁର , ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲ୍ଲାକୁ ହିଟ୍‌ ୱେଭ୍ ୱାର୍ଣ୍ଣିଂ ଜାରି ହୋଇଛି । ଅପରପକ୍ଷରେ ବାଲେଶ୍ୱର, ଯାଜପୁର, ଭଦ୍ରକ, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ,ଗଜପତି, ଗଂଜାମ ,ମୟୁରଭଂଜ,କେନ୍ଦୁଝର, ନବରଙ୍ଗପୁର, କୋରାପୁଟ, ମାଲକାନଗିରି ଓ ରାୟଗଡା ଜିଲ୍ଲାକୁ କାଳବୈଶାଖୀ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

Get real time updates directly on you device, subscribe now.